ଓଡିଶା

odisha

ବସରେ ଲାଗିଲା 11 କେଭି ବିଦ୍ୟୁତ ତାର, ଅଳ୍ପକେ ବର୍ତ୍ତିଲେ 70 ଯାତ୍ରୀ

By

Published : Feb 9, 2020, 4:30 PM IST

ଏକ ପିକ୍‌ନିକ୍‌ ବସ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଯୋଗୁଁ ଜଣେ ପର୍ଯ୍ୟଟକ ଗୁରୁତର ହୋଇଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି । ବାଲେଶ୍ବରେ ଘଟିଛି ଏହି ଘଟଣା । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

11 kv electric ware in balasore
ବସରେ ଲାଗିଲା 11 କେଭି ବିଦ୍ୟୁତ ତାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ବର: ବାଲିଆପାଳ ଗୋମଟି ଛକ ନିକଟରେ ଅଘଟଣ । ଏକ ପିକନିକ୍ ବସ୍ 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଯୋଗୁଁ ଜଣେ ଯାତ୍ରୀ ଗୁରୁତର ହୋଇଛନ୍ତି । ସେହିପରି ଅନ୍ୟ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ରହିଛି ।

ବସରେ ଲାଗିଲା 11 କେଭି ବିଦ୍ୟୁତ ତାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ଵରର ଡଗରା ବେଳାଭୂମିକୁ ପିକ୍‌ନିକ୍‌ କରିବା ପାଇଁ ବାରିପଦା ଅଞ୍ଚଳରୁ 70 ଜଣ ପର୍ଯ୍ୟଟକ ଏକ ବସ ଯୋଗେ ଆସୁଥିଲେ । ବାଲିଆପାଳ ଗୋମଟି ଛକ ନିକଟରେ ବସଟି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ଜଣେ ପର୍ଯ୍ୟଟକ ଗୁରୁତର ହୋଇଥିଲେ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅନ୍ୟ ପର୍ଯ୍ୟଟକମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । ସେହିପରି ବସ୍‌ଟି ପଛକୁ ଆସୁଥିବା ବେଳେ ଏକ ବାଇକ ଉପରେ ଚଢି ଯାଇଥିଲା । ଏଥିରେ ବାଇକ ଚାଳକ ଆହତ ହୋଇଥିବା ସୂଚନା ରହିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details