ଓଡିଶା

odisha

ETV Bharat / state

ବିଧାୟକଙ୍କ ସହଯୋଗରେ ଭିକ୍ଷାଥାଳ ଛାଡିଲେ ୩ ଶିଶୁ, କାନ୍ଧେଇଲେ ବସ୍ତାନୀ - ଭିକ୍ଷାଥାଳ ଛାଡି ପାଠ ପଢ଼ିବାର ମୌକା ପାଇଲେ ୩ ଶିଶୁ

ଭିକ୍ଷାବୃତ୍ତି କରୁଥିବା ୩ ଶିଶୁଙ୍କୁ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ନିଜେ ନେଇ ବିଦ୍ୟାଳୟରେ ଛାଡ଼ିଛନ୍ତି । ବିଧାୟକଙ୍କ ତରଫରୁ ଶିଶୁମାନଙ୍କୁ ମାଗଣାରେ ବିଦ୍ଯାଳୟ ଛାତ୍ରାବାସରେ ରହିବାର ବ୍ୟବସ୍ଥା କରାଯାଇଛି । ବିଧାୟକଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି । ଅଧିକ ପଢ଼ନ୍ତୁ

ପିଲାମାନଙ୍କ ସହ ସିମୁଳିଆ ବିଧାୟକ
ପିଲାମାନଙ୍କ ସହ ସିମୁଳିଆ ବିଧାୟକ

By

Published : Dec 17, 2022, 3:58 PM IST

ବିଧାୟକଙ୍କ ସହଯୋଗରେ ଭିକ୍ଷାଥାଳ ଛାଡିଲେ ୩ ଶିଶୁ, କାନ୍ଧେଇଲେ ବସ୍ତାନୀ

ବାଲେଶ୍ବର: ବିଧାୟକଙ୍କ ସହାୟତା ଯୋଗୁଁ ଭିକ୍ଷାଥାଳ ଛାଡି ପାଠ ପଢ଼ିବାର ସୁଯୋଗ ପାଇଲେ ୩ ଶିଶୁ । ଆର୍ଥିକ ଅଭାବ ଯୋଗୁଁ ପିଲାଟି ଦିନରୁ ନିଜ ବାପାଙ୍କ ସହ ମିଶି ଭିକ୍ଷାବୃତ୍ତି କରୁଥିବା ୩ ଜଣ ନାବାଳକ ଶିଶୁଙ୍କୁ ବିଧାୟକ ନିଜେ ତାଙ୍କ ଗାଡ଼ିରେ ନେଇ ସ୍କୁଲରେ ଛାଡିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ତୁଡ଼ିଗଡ଼ିଆ ଅଞ୍ଚଳରେ ।

ସୂଚନା ଅନୁସାରେ, ଖଇରା ବ୍ଲକ ତୁଡିଗଡିଆ ତେନ୍ତୁଳିଆପଡା ଗ୍ରାମର ଏକ ପରିତ୍ୟକ୍ତ ଘରେ ରହି ଭିକ୍ଷାବୃତ୍ତି କରୁଥିବା ଚନ୍ଦନ ଶବରଙ୍କ ୩ ପୁଅଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇ ସେମାନଙ୍କ ଶିକ୍ଷା ବ୍ୟବସ୍ଥା କରାଇଛନ୍ତି ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଚନ୍ଦନଙ୍କ ୩ ପୁଅ ପପୁ ଶବର(୬), ବିଷ୍ଣୁ ଶବର (୫) ଓ ଅଭି ଶବର (୪)ଙ୍କୁ ଖଇରା ନିକଟସ୍ଥ ସାଇପବ୍ଲିକ ସ୍କୁଲ ଛାତ୍ରାବାସରେ ମଗଣାରେ ରଖାଯିବାର ବନ୍ଦୋବସ୍ତ କରାଯାଇଛି ।

ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ତେନ୍ତୁଳିଆପଡାରେ ରହୁଥିବା ଏହି ପିଲାମାନଙ୍କୁ ନିଜ ହାତରେ ସ୍କୁଲ ଡ୍ରେସ ଓ ଜୋତା ପିନ୍ଧାଇ ନିଜ ଗାଡିରେ ସେମାନଙ୍କୁ ବିଦ୍ୟାଳୟ ପର୍ଯ୍ୟନ୍ତ ନେଇଥିଲେ । ବିଦ୍ୟାଳୟ କମିଟି ସମ୍ପାଦକ ପିତାମ୍ବର ମହାପାତ୍ର, ପ୍ରଧାନଶିକ୍ଷୟତ୍ରୀ କଳ୍ପନା ମଞ୍ଜରି ରାଉଳଙ୍କ ସହଯୋଗରେ ପିଲାମାନଙ୍କର ପ୍ରବେଶ ଉତ୍ସବ କରାଯାଇଥିଲା । ସ୍କୁଲର ଛାତ୍ରଛାତ୍ରୀମାନେ ସେମାନଙ୍କୁ ବିଦ୍ୟାଳୟକୁ ସ୍ବାଗତ କରିଥିଲେ । ସେମାନେ ଭିକ୍ଷାବୃତ୍ତି କରି ଚଳୁଥିବାବେଳେ ବିଧାୟକଙ୍କର ଏଭଳି କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details