ବାଲେଶ୍ଵର:ଲକ ଡାଉନ ଓ ହୋମ କ୍ବାରେଣ୍ଟାଇନରେ ଥିବା ବ୍ୟକ୍ତି ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ 13ଟି ମାମଲା ରୁଜୁ ହୋଇଛି । ଏହା ସହ 21 ଜଣଙ୍କୁ ପୋଲିସ ଗିରଫ କରିଛି । ଜିଲ୍ଲାର ବସ୍ତା, ସିମୁଳିଆ, ବାଲିଆପାଳ, ଟାଉନ ଥାନା ଓ ସହଦେବଖୁଣ୍ଟା ଥାନା ଆଦି ଅଞ୍ଚଳରୁ ଏପରି,ଘଟଣା ସାମ୍ନାକୁ ଆସିଛି ।
ଲକ ଡାଉନ ନିୟମ ଉଲ୍ଲଂଘନ କରି ବନ୍ଧା ହେଲେ 21 - Thirteen cases have been reported in the police in violation of the Lock Down
ଲକ ଡାଉନ ନିୟମ ଉଲ୍ଲଂଘନ କରି 13 ମାମଲା ରୁଜୁ , ବନ୍ଧା ହେଲେ 21 । ଅଧିକ ପଢନ୍ତୁ...
![ଲକ ଡାଉନ ନିୟମ ଉଲ୍ଲଂଘନ କରି ବନ୍ଧା ହେଲେ 21 Thirteen cases have been reported in the police in violation of the Lock Down](https://etvbharatimages.akamaized.net/etvbharat/prod-images/768-512-6649489-thumbnail-3x2-baleswar-jp.jpg)
ଲକ ଡାଉନ ନିୟମ ଉଲଘଂନ ବନ୍ଧା ହେଲେ 21
ନିର୍ଦ୍ଧାରିତ ସମୟ ଅନୁସାରେ ଦୋକାନ ବନ୍ଦ କରି ନଥିବାରୁ କିଛି ଦୋକାନୀଙ୍କୁ ଗିରଫ କରାଯାଇ ଥିବା ବେଳେ 3 ଜଣ ବ୍ୟକ୍ତିଙ୍କୁ ଘରେ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ରହିଥିଲା । ହେଲେ, ସେମାନେ ବାହାରେ ବୁଲୁଥିବାରୁ ସେମାନଙ୍କ ନାମରେ ମାମଲା ରୁଜୁ କରାଯାଇଛି । 2 ତାରିଖରୁ 3 ତାରିଖ ମଧ୍ୟରେ ଏହି ମାମଲା ରୁଜୁ କରାଯାଇ ଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ