ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଷଷ୍ଠ ଜିଲ୍ଲା ପରିଷଦର ତୃତୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲାର 45ଟି ଯୋନର ଜିଲ୍ଲା ପରିଷଦ, ବ୍ଲକ ଚେୟାରମେନଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବାଲେଶ୍ଵର ସାଂସଦ, ବିଧାୟକ, ମନ୍ତ୍ରୀ ଓ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ଉପସ୍ଥିତଥିଲେ । ଏହି ବୈଠକରେ ସରକାରୀ ଯୋଜନାର କାର୍ଯ୍ୟକାରିତା ତଥା ସରକାରୀ କର୍ମଚାରୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା ହୋଇଛି ।
ଏଥିରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଯୋଜନା ସମ୍ପର୍କିତ ଆଲୋଚନା କରିଥିଲେ । ବିଶେଷ କରି ଶିକ୍ଷା, ବିଦ୍ୟୁତ, ରାସ୍ତା ଆଦି ଉପରେ ଜୋରଦେଇ ଆଲୋଚନା ହୋଇଛି । ଜିଲ୍ଲା ଶିକ୍ଷା ଅଧିକାରୀ କୌଣସି ଲୋକ ପ୍ରତିନିଧିଙ୍କୁ ସୂଚନା ନଦେଇ ଉନ୍ନୟନ କାର୍ଯ୍ୟ ମନମୁଖୀ ଭାବେ କରୁଥିବା ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ପ୍ରଶ୍ନ ଉଠାଇଥିଲେ । ଜିଲ୍ଲାରେ ନୂଆ ଭାବେ ହୋଇଥିବା ଆଦର୍ଶ ବିଦ୍ୟାଳୟ ଗୁଡିକ ମଧ୍ୟ ଖୋଲିବା ସମୟରେ କାହାରି ମତାମତ ନନେଇ ଜିଲ୍ଲା ଶିକ୍ଷା ଅଧିକାରୀ ନିଜସ୍ବ ଇଚ୍ଛାରେ କାମ କରିଥିବା ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା କହିଥିଲେ ।