ବାଲେଶ୍ବର: କୋରୋନା ମହାମାରୀକୁ ନେଇ ଏବେ ଆତଙ୍କ ଖେଳି ଯାଇଥିବା ବେଳେ ଏହାଠାରୁ ସତର୍କ ରହିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଜଣେ ଯୁବ କଣ୍ଠଶିଳ୍ପୀ ଭିନ୍ନ ଧରଣରେ ଲୋକମାନଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି ।
ବାଲେଶ୍ଵର ସହରର କୁମାର ବାପି ରାଜ ଜଣେ କଣ୍ଠଶିଳ୍ପୀ ହୋଇଥିବା ବେଳେ କୋରୋନାକୁ ନେଇ ସାବଧାନ ରହିବା ପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି କଣ୍ଠ ସ୍ୱରରେ ହାତ ଯୋଡ଼ି ଲୋକଙ୍କୁ ଏହି ମହାମାରୀ ପ୍ରତି ସତର୍କ ରହିବା ସେ ପାଇଁ ଅନୁରୋଧ କରିଛନ୍ତି ।