ଓଡିଶା

odisha

ETV Bharat / state

ବନ୍ୟାଞ୍ଚଳ ପରିଦର୍ଶନ କଲେ ରାଜ୍ୟ ସରକାରଙ୍କ ବରିଷ୍ଠ ସଚିବ - ବନ୍ୟାଞ୍ଚଳ

ଜିଲ୍ଲାର ବିଭିନ୍ନ ବନ୍ୟା ପ୍ଲାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ସଚିବ ବିଶାଳ ଦେବ୍। ଏହାସହ ପ୍ରଶାସନିକ ଅଧିକାରୀମାନେ ବନ୍ୟାଞ୍ଚଳ ପରିଦର୍ଶନ କରି ରିପୋର୍ଟ ସଂଗ୍ରହ କରିଛନ୍ତି।

ବନ୍ୟାଞ୍ଚଳ ପରିଦର୍ଶନ କଲେ ରାଜ୍ୟ ସରକାରଙ୍କ ବରିଷ୍ଠ ସଚିବ
ବନ୍ୟାଞ୍ଚଳ ପରିଦର୍ଶନ କଲେ ରାଜ୍ୟ ସରକାରଙ୍କ ବରିଷ୍ଠ ସଚିବ

By

Published : Aug 30, 2020, 1:59 PM IST

ବାଲେଶ୍ଵର: ଜିଲ୍ଲାର ବିଭିନ୍ନ ବନ୍ୟା ପ୍ଲାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ସଚିବ ବିଶାଳ ଦେବ୍। ସଚିବଙ୍କ ସମେତ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ପ୍ରଶାସନିକ ଅଧିକାରୀମାନେ ବନ୍ୟାଞ୍ଚଳ ପରିଦର୍ଶନ କରି ରିପୋର୍ଟ ସଂଗ୍ରହ କରିଛନ୍ତି।

ବନ୍ୟାଞ୍ଚଳ ପରିଦର୍ଶନ କଲେ ରାଜ୍ୟ ସରକାରଙ୍କ ବରିଷ୍ଠ ସଚିବ

ସଚିବ ସଦର ବ୍ଲକର ବୁଢାବଳଙ୍ଗ ନଦୀ କୂଳିଆ ଅଞ୍ଚଳ ପରିଦର୍ଶନ କରିବା ସହ ହଳଦୀ ପଦା, କୁରାଢିଆ, ବସ୍ତା, ବାଲିଆପାଳ ଆଦି ଅଞ୍ଚଳ ପରିଦର୍ଶନ କରିଥିବା ଜଣାପଡିଛି। ପାଣି ଘେରରେ ଥିବା ଲୋକଙ୍କୁ ସହାୟତା ଯୋଗାଇବା ଓ ବନ୍ୟା ପରର ଦୁର୍ଦ୍ଦଶାକୁ ସାମ୍ନା କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଛନ୍ତି। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ଓ ଡାଏରିଆ ୱାର୍ଡ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details