ବାଲେଶ୍ବର: ଅସହାୟ ଲୋକଙ୍କ ଭୋକ ମେଣ୍ଟାଇବ ‘ଦି ନିୟୁ ହୋପ’ ସ୍ୱେଚ୍ଛାସେବୀ ସଂଗଠନ । ବାଲେଶ୍ଵର ସହରର ଗଡଗଡ଼ିଆ ଛକ ନିକଟରେ ଅସହାୟ ଲୋକଙ୍କ ଭୋକ ମେଣ୍ଟାଇବା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ଦି ନିୟୁ ହୋପ ପକ୍ଷରୁ ଏକ ଖାଦ୍ୟ ଭଣ୍ଡାର ପ୍ରତିଷ୍ଠା କରାଯାଇଛି ।
ଏହି ଖାଦ୍ୟ ଭଣ୍ଡାର ଉଦଘାଟନ ଉତ୍ସବରେ ଟାଉନ ଥାନା ଆଇଆଇସି ଶୁଭ୍ରାଂଶୁ ନାୟକ, ଟ୍ରାଫିକ ଥାନା ଆଇଆଇସି ମୋନାଲିସା କର ପ୍ରମୁଖ ଯୋଗଦେଇ ଅସହାୟ ଲୋକଙ୍କୁ ଏହି ଖାଦ୍ୟ ଭଣ୍ଡାରରୁ ଖାଦ୍ୟ ବଣ୍ଟନ କରିଥିଲେ। ଏହି ଭଣ୍ଡାରରେ ବଦାନ୍ୟ ବ୍ୟକ୍ତିମାନେ ଖାଦ୍ୟ ରଖି ଭୋକିଲା ପେଟକୁ ଦାନ ଯୋଗାଇ ପାରିବେ।