ଓଡିଶା

odisha

ETV Bharat / state

ISI ଏଜେଣ୍ଟ ଗିରଫ ଘଟଣା, ପୂର୍ଣ୍ଣାଙ୍ଗ ରାୟକୁ ସମସ୍ତଙ୍କ ଅପେକ୍ଷା - Balasore ISI agent arrest matter

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ଦସ୍ତାବିଜ୍ ପ୍ରଦାନ କରି ଗିରଫ ହୋଇଥିଲେ ବାଲେଶ୍ବର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ବିଭାଗର ଠିକା ଫଟୋଗ୍ରାଫର ଇଶ୍ବର ବେହେରା । ବର୍ତ୍ତମାନ ଜେଲରେ ସଜ୍ଜା କାଟୁଛନ୍ତି ଇଶ୍ବର ବେହେରା । ଏହି ମାମଲାର ପୂର୍ଣ୍ଣାଙ୍ଗ ରାୟ ଗୁରୁବାର ବାଲେଶ୍ଵର କୋର୍ଟରେ ପ୍ରକାଶ ପାଇବ। ଅଧିକ ପଢନ୍ତୁ...

ଆଇଏସଆଇ ଏଜେଣ୍ଟ ଅଭିଯୋଗ ଘଟଣା, ପୂର୍ଣ୍ଣାଙ୍ଗ ରାୟକୁ ସମସ୍ତଙ୍କ ଅପେକ୍ଷା
ଆଇଏସଆଇ ଏଜେଣ୍ଟ ଅଭିଯୋଗ ଘଟଣା, ପୂର୍ଣ୍ଣାଙ୍ଗ ରାୟକୁ ସମସ୍ତଙ୍କ ଅପେକ୍ଷା

By

Published : Feb 10, 2021, 7:51 PM IST

Updated : Feb 10, 2021, 8:04 PM IST

ବାଲେଶ୍ବର: ବହୁ ଚର୍ଚ୍ଚିତ ଆଇଏସଆଇ ଏଜେଣ୍ଟ ଗିରଫ ଘଟଣା । ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ଦସ୍ତାବିଜ୍ ପ୍ରଦାନ କରି ଗିରଫ ହୋଇଥିଲେ ବାଲେଶ୍ବର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ବିଭାଗର ଠିକା ଫଟୋଗ୍ରାଫର ଇଶ୍ବର ବେହେରା । ବର୍ତ୍ତମାନ ଜେଲରେ ସଜ୍ଜା କାଟୁଛନ୍ତି ଇଶ୍ବର ବେହେରା । ଏହି ମାମଲାର ପୂର୍ଣ୍ଣାଙ୍ଗ ରାୟ ଆସନ୍ତାକାଲି ବାଲେଶ୍ଵର କୋର୍ଟରେ ପ୍ରକାଶ ପାଇବ । ଘଟଣାକୁ ନେଇ ଇଶ୍ବରଙ୍କ ପରିବାର ସମେତ ଗାଁ ଲୋକ ରାୟକୁ ଅପେକ୍ଷା କରିଛନ୍ତି।

ISI ଏଜେଣ୍ଟ ଗିରଫ ଘଟଣା, ପୂର୍ଣ୍ଣାଙ୍ଗ ରାୟକୁ ସମସ୍ତଙ୍କ ଅପେକ୍ଷା

ମୟୂରଭଞ୍ଜ କଣ୍ଟିପୁର ଅଞ୍ଚଳର ଇଶ୍ବର ବେହେରା, ଚାନ୍ଦିପୁର ଡିଆରଡିଓରେ ଜଣେ ଠିକା ଫଟୋଗ୍ରାଫର ଭାବେ କାର୍ଯ୍ୟ କରୁଥିଲେ। ସେଠାରେ କାର୍ଯ୍ୟରତ ବେଳେ ଇଶ୍ୱର ମିରଟର ଜଣେ ଲୋକଙ୍କ ସହ ଫୋନରେ କଥାବାର୍ତ୍ତା ହେଉଥିଲେ । ଫୋନ କଲ ଟ୍ରାକିଂ ଅନୁସାରେ ଇଶ୍ୱର ଦେଶର ଗୁପ୍ତ ତଥ୍ୟ ଆଇଏସଆଇକୁ ପ୍ରଦାନ କରୁଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚର ନିର୍ଦ୍ଦେଶ ଅନୁସାରେ 2014 ଡିସେମ୍ବର 22 ତାରିଖରେ ଚାନ୍ଦିପୁର ପୋଲିସ ଗିରଫ କରିଥିଲା।

ଇଶ୍ବର ବେହେରାଙ୍କ ବିରୋଧରେ ଅପରାଧୀକ ଷଡ଼ଯନ୍ତ୍ର, ଦେଶଦ୍ରୋହ, ଗୁପ୍ତତଥ୍ୟ ଆଦି ପ୍ରକାଶ ଆଭିଯୋଗର ଦଫା ଲଗାଯାଇଛି। 2014ରୁ ଇଶ୍ୱର ବିଚାର ବିଭାଗୀୟ ହାଜତରେ ରହିଥିବା ବେଳେ ଅନେକ ଥର ତାଙ୍କର ଜାମିନ ନାମଞ୍ଜୁର ହୋଇଛି।

ଏହା ଭିତରେ ବିତିଯାଇଛି 5 ବର୍ଷ । ଆଉ ବଦଳି ଯାଇଛି ଇଶ୍ବରଙ୍କ ପରିବାରର ଅବସ୍ଥା । ତାଙ୍କ ମା ପୁଅକୁ ଝୁରିଝୁରି ମାନସିକ ସନ୍ତୁଳନ ହରାଇ ବସିଛନ୍ତି। ବାପା ମଧ୍ୟ ପୁଅ ମୁକୁଳିବାର ବାଟ ଚାହିଁ ଠାକୁରଙ୍କୁ ଡାକୁଛନ୍ତି । ସାନଭାଇ ଜଣେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରି ପରିବାର ଚଳାଉଛନ୍ତି । ଇଶ୍ୱରଙ୍କୁ ମୁକୁଳାଇବା ପାଇଁ ତାଙ୍କ ଓକିଲ ମଧ୍ୟ ସମସ୍ତ ଦସ୍ତାବିଜ ଦାଖଲ କରିଛନ୍ତି ।

ଏକ ଫୋନ କଲ ଟ୍ରାକିଂ ଆଧାରରେ ଇଶ୍ୱରଙ୍କୁ ଦୋଷୀ ସାଵସ୍ତ୍ୟ କରାଯାଇଥିବା ଓକିଲ ପ୍ରକାଶ କରିଛନ୍ତି । ପୂର୍ଣ୍ଣାଙ୍ଗ ରାୟ ପାଇଁ ଓକିଲ ଦସ୍ତାବିଜ ପ୍ରସ୍ତୁତ ରଖିବା ସହ ଅପେକ୍ଷାରେ ରହିଛନ୍ତି । ତେବେ ଆସନ୍ତା 11 ତାରିଖ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବାକୁ ଥିବା ବେଳେ ଏବେ ପରିବାର ଓ ଗାଁ ଲୋକ ବ୍ୟାକୁଳ ହୋଇ ଅନେଇ ବସିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Feb 10, 2021, 8:04 PM IST

ABOUT THE AUTHOR

...view details