ଓଡିଶା

odisha

ETV Bharat / state

ଜଳାଭିଷେକ ହେଲା କାଳ, ନଦୀରେ ବୁଡି ନାବାଳକ ନିଖୋଜ

ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ମାନପୁର ସୁବର୍ଣ୍ଣରେଖା ନଦୀର ସିଆଡ଼ି ଘାଟରେ ଜଣେ 12 ବର୍ଷର ବାଳକ ପାଣିରେ ବୁଡି ନିଖୋଜ ଥିବା ଜଣାପଡିଛି। ଅଧିକ ପଢନ୍ତୁ...

By

Published : Jul 26, 2021, 12:48 PM IST

ଜଳାଭିଷେକ ହେଲା କାଳ,  ନଦୀରେ ବୁଡିଯାଇ ନାବାଳକ ନିଖୋଜ
ଜଳାଭିଷେକ ହେଲା କାଳ, ନଦୀରେ ବୁଡିଯାଇ ନାବାଳକ ନିଖୋଜ

ବାଲେଶ୍ବର:ଶ୍ରାବଣ ମାସର ପ୍ରଥମ ସୋମବାରେ ଅଘଟଣ । ଜଳାଭିଷେକ କରିଯାଇଥିବା ବେଳେ ନଦୀରେ ବୁଡି ୧୨ ବର୍ଷର ନାବାଳକ ନିଖୋଜ । ଏଭଳି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ମାନପୁର ସୁବର୍ଣ୍ଣରେଖା ନଦୀର ସିଆଡ଼ି ଘାଟରେ । ନିଖୋଜ ନାବାଳକ ହେଉଛନ୍ତି ଧର୍ମଦ୍ୱାର ଗ୍ରାମର ପୂର୍ଣ୍ଣଚନ୍ଦ୍ର ରଣାଙ୍କ ସାନପୁଅ ।

ଜଳାଭିଷେକ ହେଲା କାଳ, ନଦୀରେ ବୁଡିଯାଇ ନାବାଳକ ନିଖୋଜ

ତେବେ ଆଜି ପୂର୍ଣ୍ଣଚନ୍ଦ୍ର ରଣାଙ୍କ ଦୁଇପୁଅ ଶ୍ରାବଣ ସୋମବାର ଯୋଗୁଁ ଜଳାଭିଷେକ ପାଇଁ ସୁବର୍ଣ୍ଣରେଖା ନଦୀ ଘାଟକୁ ଯାଇଥିବା ବେଳେ ଦୁଇଭାଇ ବୁଡି ଯାଇଥିଲେ।ସ୍ଥାନୀୟ ଲୋକେ ବଡଭାଇଙ୍କୁ ଉଦ୍ଧାର କରିଥିବା ବେଳେ ସାନଭାଇ ନିଖୋଜ ଥିବା ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details