ଓଡିଶା

odisha

ETV Bharat / state

ବାଲେଶ୍ବରରୁ ଦୁଇ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଇଟାଲି ଦମ୍ପତି

ବାଲେଶ୍ବର ଶିଶୁ ମଙ୍ଗଳ କମିଟିରୁ ଦୁଇ ଅନାଥ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଇଟାଲିର ଫ୍ରାଜିଅନ୍‌ ଆଲବାରେଡୋ ଅଞ୍ଚଳର ଦମ୍ପତି ଜେନ୍‌ନ୍ଦ୍ରି କ୍ରିଷ୍ଟିଆନ ଓ ଜିଓରଦାନି ଏନ୍‌ରିକା । ଅଧିକ ପଢନ୍ତୁ...

By

Published : Aug 14, 2021, 3:08 PM IST

ବାଲେଶ୍ବରରୁ ଦୁଇ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଇଟାଲି ଦମ୍ପତ୍ତି
ବାଲେଶ୍ବରରୁ ଦୁଇ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଇଟାଲି ଦମ୍ପତ୍ତି

ବାଲେଶ୍ବର: ଅନାଥ ଦୁଇ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ବିଦେଶୀ ଦମ୍ପତି । ବାଲେଶ୍ବର ଶିଶୁ ମଙ୍ଗଳ କମିଟିରୁ ଇଟାଲିର ଫ୍ରାଜିଅନ୍‌ ଆଲବାରେଡୋ ଅଞ୍ଚଳର ଦମ୍ପତି ଜେନ୍‌ନ୍ଦ୍ରି କ୍ରିଷ୍ଟିଆନ ଓ ଜିଓରଦାନି ଏନ୍‌ରିକା ଦୁଇ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ବେଶ ଖୁସି ଅନୁଭବ କରିଛନ୍ତି ।

ଜେନ୍‌ନ୍ଦ୍ରି ଓ ଏନ୍‌ରିକାଙ୍କ ବିବାହକୁ ୧୧ ବର୍ଷ ବିତିଥିଲେ ମଧ୍ୟ ଦମ୍ପତି ନିଃସନ୍ତାନ ଥିବାରୁ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏନେଇ ସେମାନେ ୨୦୧୬ ମସିହାରେ ଆବେଦନ କରିଥିଲେ। ଶେଷରେ ସେମାନଙ୍କ ଇଚ୍ଛା ପୂରଣ ହୋଇଥିଲା। ଏହି ଦୁଇ ପୋଷ୍ୟ କନ୍ୟାସନ୍ତାନ ହେଲେ ମାଲି ମୁର୍ମୁ(୯) ଓ ଚମ୍ପା ମୁର୍ମୁ(୧୧)। ଏମାନେ ହେଉଛନ୍ତି ବାଲିଆପାଳ ବ୍ଲକ ଘଣ୍ଟୁଆ ଅଞ୍ଚଳର। ବାପାମା’ଙ୍କ ମୃତ୍ୟୁ ପରେ ଏମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ ଉଦ୍ଧାର କରି ନୀଳଗିରି ଧୋବଶିଳା କୃଷ୍ଣ ସୁକୁରୀ କନ୍ୟାଶ୍ରମକୁ ହସ୍ତାନ୍ତର କରାଯାଇଥିଲା।

ତେବେ ପ୍ରଥମଥର ପାଇଁ ବାଲେଶ୍ବରରୁ ବିଦେଶୀ ଦମ୍ପତି ପୋଷ୍ୟ ସନ୍ତାନ ଗ୍ରହଣ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details