ବାଲେଶ୍ବର: ମାନବିକତା ଦେଖାଇଲେ 108 ଆମ୍ବୁଲାନ୍ସ କର୍ମଚାରୀ। ଜଣେ ଅସହାୟ ବୃଦ୍ଧାଙ୍କୁ ଘରକୁ ପଠାଇବାର ବନ୍ଦୋବସ୍ତ କରି ସେ ସାଉଁଟିଛନ୍ତି ପ୍ରଶଂସା। ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ ସପ୍ତାହେ ତଳୁ ଜଳେଶ୍ୱର ଅଞ୍ଚଳର ଜଣେ ବୃଦ୍ଧା ତାଙ୍କ ନାତିର ଚିକିତ୍ସା ପାଇଁ ବାଲେଶ୍ଵର ମେଡିକାଲ 108 ଆମ୍ବୁଲାନ୍ସ ଯୋଗେ ନେଇଥିଲେ। ସାତଦିନ ପରେ ନାତି ସୁସ୍ଥ ହେବାପରେ ଡାକ୍ତର ତାଙ୍କୁ ଘରକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ।
ହେଲେ ବୃଦ୍ଧାଙ୍କ ପାଖରେ ଟଙ୍କା ପଇସା କିଛି ନଥିବାରୁ ସେ ଅସହାୟ ହୋଇ ମେଡିକାଲରେ ବସି କାନ୍ଦୁଥିଲେ। ଏହି ସମୟରେ ରୋଗୀ ଛାଡିବା ପାଇଁ ଏକ 108 ଆମ୍ବୁଲାନ୍ସ ମେଡିକାଲ ଯାଇଥିଲା। ଉକ୍ତ 108 ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଜୀବନ କୁମାର ବେହେରାଙ୍କ ନଜର ବୃଦ୍ଧାଙ୍କ ଉପରେ ପଡିଥିଲା।