ଓଡିଶା

odisha

ETV Bharat / state

ଦୁଇ ଡାକ୍ତରଙ୍କ ମହାନତା, ରୋଗୀଙ୍କୁ ମାଗଣା ସେବା - ଦୁଇ ଡାକ୍ତରଙ୍କ ମହାନତା

ହୋମିଓପାଥି ଆବିଷ୍କାର କରିଥିବା ଡାକ୍ତର ସାମୁଏଲ ହେନିମାନଙ୍କ 267ତମ ଜନ୍ମଦିବସ ଅବସରରେ ଡାକ୍ତର ସୋମନାଥ ଦାସ ଓ ଦେବାଶିଷ ଆଚାର୍ଯ୍ୟଙ୍କ ପ୍ରଚେଷ୍ଟାରେ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥଲା। ଅଧିକ ପଢନ୍ତୁ...

ଦୁଇ ଡାକ୍ତରଙ୍କ ମହାନତା
ଦୁଇ ଡାକ୍ତରଙ୍କ ମହାନତା

By

Published : Apr 10, 2021, 10:08 PM IST

ବାଲେଶ୍ବର: ସହରର ବାଲିଆ ଠାରେ ଦୁଇଜଣ ହୋମିଓପାଥି ଡାକ୍ତରଙ୍କ ମହାନତା ଦେଖିବାକୁ ମିଳିଛି। ହୋମିଓପାଥି ଆବିଷ୍କାର କରିଥିବା ଡାକ୍ତର ସାମୁଏଲ ହେନିମାନଙ୍କ 267ତମ ଜନ୍ମଦିବସ ଅବସରରେ ଡାକ୍ତର ସୋମନାଥ ଦାସ ଓ ଦେବାଶିଷ ଆଚାର୍ଯ୍ୟଙ୍କ ପ୍ରଚେଷ୍ଟାରେ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥଲା।

ଦୁଇ ଡାକ୍ତରଙ୍କ ମହାନତା

ଏହା ବାବଦରେ ହୋଇଥିବା ସମସ୍ତ ଖର୍ଚ୍ଚ ଉଭୟ ଡାକ୍ତର ବହନ କରିଥିଲେ। ରୋଗୀସେବା ମନୋବୃତ୍ତି ଓ ହୋମିଓପାଥି ପଦ୍ଧତିରେ ରୋଗ ନାଶ କରିବାର ଉଦ୍ଦେଶ୍ୟ ନେଇ ଏ ପ୍ରକାରର ପ୍ରଚେଷ୍ଟା କରାଯାଇଥିଲା। ଦିନ ତମାମ 200ରୁ ଅଧିକ ରୋଗୀ ମାଗଣା ସ୍ବାସ୍ଥ୍ୟସେବା ପାଇଥିଲେ। ଏସମସ୍ତ କାର୍ଯ୍ୟରେ ଶ୍ରୀରାମ ହୋମିଓ ହଲ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details