ଓଡିଶା

odisha

ବାଲେଶ୍ଵରରେ ପୂର୍ବତନ ଡିଜିପି, ବିଜେପି ପ୍ରାର୍ଥୀ ମାନସଙ୍କ ପାଇଁ କଲେ ପ୍ରଚାର

By

Published : Oct 29, 2020, 4:47 PM IST

ଆଜି(ଗୁରୁବାର)ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ପ୍ରଚାର କରିଛନ୍ତି ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ।

ପୂର୍ବତନ ଡିଜିପି ପ୍ରକାଶ ମିଶ୍ର
ପୂର୍ବତନ ଡିଜିପି ପ୍ରକାଶ ମିଶ୍ର

ବାଲେଶ୍ଵର: ପାଖେଇ ଆସୁଛି ବାଲେଶ୍ଵର ସଦର ଉପନିର୍ବାଚନ ତାରିଖ । ଆଉ ଏହାରି ଭିତରେ ସବୁ ଦଳଙ୍କ ନିଜନିଜ ପ୍ରଚାରକୁ ଜୋରଦାର କରାଯାଇଛି । ବିଜେପି, ବିଜେଡି ଓ କଂଗ୍ରେସ ତିନି ପ୍ରମୁଖ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି । ଆଜି(ଗୁରୁବାର)ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ପ୍ରଚାର କରିଛନ୍ତି ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ।

ପୂର୍ବତନ ଡିଜିପି ପ୍ରକାଶ ମିଶ୍ର

ସେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ପ୍ରଚାର କରିଛନ୍ତି ପୂର୍ବତନ ଡିଜିପି ପ୍ରକାଶ ମିଶ୍ର । ସହରର 8ନଂ ୱାର୍ଡରେ ପ୍ରକାଶ ଓ ବିଜେପି କର୍ମୀମାନେ ଘରଘର ବୁଲି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣ ଯୋଜନା ଲୋକଙ୍କ ସାମ୍ନାରେ ରଖିବା ସହ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ଲୋକଙ୍କୁ ଆହ୍ବାନ ଦେଇଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details