ଓଡିଶା

odisha

ETV Bharat / state

ଆସନ୍ତା 10ରୁ ଫାଇଲେରିଆ ନିରାକରଣ ଔଷଧ ସେବନ କାର୍ଯ୍ୟକ୍ରମ - ଫାଇଲେରିଆ ନିରାକରଣ ଔଷଧ ସେବନ କାର୍ଯ୍ୟକ୍ରମ

ଆସନ୍ତା ଫେବୃଆରୀ ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ବାଲେଶ୍ବରରେ ଫାଇଲେରିଆ ରୋଗର ନିରାକରଣ ପାଇଁ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ...

ଆସନ୍ତା 10ରୁ ଫାଇଲେରିଆ ନିରାକରଣ ଔଷଧ ସେବନ କାର୍ଯ୍ୟକ୍ରମ
ଆସନ୍ତା 10ରୁ ଫାଇଲେରିଆ ନିରାକରଣ ଔଷଧ ସେବନ କାର୍ଯ୍ୟକ୍ରମ

By

Published : Feb 8, 2021, 8:44 PM IST

Updated : Feb 8, 2021, 9:20 PM IST

ବାଲେଶ୍ବର: ଆସନ୍ତା 10ରୁ ଫାଇଲେରିଆ ନିରାକରଣ ଔଷଧ ସେବନ କାର୍ଯ୍ୟକ୍ରମ । ଆସନ୍ତା ଫେବୃଆରୀ ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ବାଲେଶ୍ବରରେ ଫାଇଲେରିଆ ରୋଗର ନିରାକରଣ ପାଇଁ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ବାଲେଶ୍ୱର ଜିଲ୍ଲାର ୪ଗୋଟି ପୌରାଞ୍ଚଳ ସହିତ ୧୨ଗୋଟି ବ୍ଲକର ୨୧ଲକ୍ଷ ଲୋକଙ୍କୁ ଡି.ଇ.ସି. ଏବଂ ଆଲବେଣ୍ଡାଜୋଲ୍ ବଟିକା ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧକାରୀ ଡ. ଦୁଲାଲସେନ ଜଗତଦେବ ଏହି ସୂଚନା ପ୍ରଦାନ କରିଛନ୍ତି।

କେବଳ ୨ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଅତ୍ୟନ୍ତ ଅସୁସ୍ଥ ବ୍ୟକ୍ତି ଏହି ଔଷଧ ସେବନ କରିବେ ନାହିଁ । ଖାଦ୍ୟ ଖାଇସାରିବା ପରେ ଏହି ଔଷଧ ସେବନ କରିହେବ।

ଜିଲ୍ଲାରେ ୫୧୮୦ଜଣ ଆଶା, ଅଙ୍ଗନୱାଡି ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ଘରକୁ ଘର ବୁଲି ଏହି ଔଷଧ ସେବନ କରାଇବେ। ଏହି କାର୍ଯ୍ୟକ୍ରମର ପର୍ଯ୍ୟବେକ୍ଷଣ ପାଇଁ ୫୧୮ଜଣ ସୁପରଭାଇଜର ନିୟୋଜିତ ହୋଇଛନ୍ତି । ଜିଲ୍ଲାସ୍ତରୀୟ ୧୩ଜଣ ଅଧିକାରୀ ପ୍ରତ୍ୟେକ ବ୍ଲକକୁ ଯାଇ ଏହି କାର୍ଯ୍ୟକ୍ରମର ତଦାରଖ କରିବେ ବୋଲି ସୂଚନା ଦିଆଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Feb 8, 2021, 9:20 PM IST

For All Latest Updates

ABOUT THE AUTHOR

...view details