ଓଡିଶା

odisha

ETV Bharat / state

155 କୋଟିର ଭେଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ବାଲେଶ୍ଵର ବିଜେଡି - balasore bjd thanks to cm

ବାଲେଶ୍ଵରର ମ୍ୟୁନିସିପାଲିଟି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ 155 କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିବା ପରେ ଧନ୍ୟବାଦ ଦେଲା ବାଲେଶ୍ବର ଜିଲ୍ଲା ବିଜେଡି । ଅଧିକ ପଢନ୍ତୁ....

155 କୋଟିର ଭେଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ବାଲେଶ୍ଵର ବିଜେଡି
155 କୋଟିର ଭେଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ବାଲେଶ୍ଵର ବିଜେଡି

By

Published : Apr 14, 2021, 9:38 PM IST

ବାଲେଶ୍ବର: ବାଲେଶ୍ଵରର ମ୍ୟୁନିସିପାଲିଟି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ 155 କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏନେଇ ବାଲେଶ୍ଵର ବିଜେଡି ଖୁସି ବ୍ୟକ୍ତ କରିବା ସହ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

155 କୋଟିର ଭେଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ବାଲେଶ୍ଵର ବିଜେଡି

ସଦର ଉପନିର୍ବାଚନବେଳେ ବାଲେଶ୍ଵରର ଦାୟିତ୍ୱ ନେବାକଥା ମୁଖ୍ୟମନ୍ତ୍ରୀ ନିଜ ପ୍ରଚାରରେ କହିଥିଲେ । ପରେ 13 ତାରିଖ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସମେତ 5t ସଚିବ ଓ ପୂର୍ତ୍ତ ସଚିବ ବାଲେଶ୍ଵର ଗସ୍ତରେ ଆସି ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ନିତ କିପରି ହେବ ସେନେଇ ସମୀକ୍ଷା କରି ଫେରିଥିଲେ। ସଚିବମାନଙ୍କ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଏମିତି ସ୍ୱତନ୍ତ୍ର ପ୍ୟାକେଜ ବାଲେଶ୍ଵର ପାଇଁ ଭେଟି ଦେଇଛନ୍ତି ବୋଲି ମତପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କର ଏହି ସ୍ବତନ୍ତ୍ର ପ୍ୟାକେଜ ବାଲେଶ୍ବର ପୌରପାଳିକାର ବିକାଶରେ ବିଶେଷ ସହାୟକ ହୋଇ ପାରିବା ନେଇ ମତ ଦେଇଛି ଜିଲ୍ଲା ବିଜେଡି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ

ABOUT THE AUTHOR

...view details