ଓଡିଶା

odisha

ETV Bharat / state

ସାଇକେଲ ଚୋରିକୁ ନେଇ ଭୁଜାଲି ଆକ୍ରମଣ, ଜଣେ ଆହତ - ସାଇକେଲ ଚୋରିକୁ ନେଇ ଆକ୍ରମଣ

ବାଲେଶ୍ବର ଖନ୍ତାପଡାରେ ସାଇକେଲ ଚୋରି ଘଟଣାକୁ କେନ୍ଦ୍ର କରି ଭୁଜାଲି ଆକ୍ରମଣ । ଜଣେ ଦୋକାନୀ ଆହତ । ଅଧିକ ପଢନ୍ତୁ

ସାଇକେଲ ଚୋରିକୁ ନେଇ ଭୁଜାଲି ଆକ୍ରମଣ, ଜଣେ ଆହତ
ସାଇକେଲ ଚୋରିକୁ ନେଇ ଭୁଜାଲି ଆକ୍ରମଣ, ଜଣେ ଆହତ

By

Published : Dec 28, 2021, 10:46 PM IST

ବାଲେଶ୍ୱର: ଜିଲ୍ଲା ଖନ୍ତାପଡ଼ା ବଜାରରେ ଗଣ୍ଡଗୋଳ । ସାଇକେଲ ଚୋରି ଘଟଣାକୁ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା । ଭୁଜାଲି ଆକ୍ରମଣରେ ଜଣେ ଦୋକାନୀ ଆହତ ।

ସୂଚନା ଅନୁଯାୟୀ, ଗତକାଲି(ସୋମବାର) ଜଣେ କଲେଜ ଛାତ୍ରୀ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସିଥିବାବେଳେ ତାଙ୍କ ସାଇକେଲ ଚୋରି ହୋଇଯାଇଥିଲା । ପରେ ସିସିଟିଭି କ୍ୟାମେରା ସହାୟତାରେ ସାଇକେଲ ଚୋରକୁ ଧରି ଉତ୍ତମ ମଧ୍ୟମ ଦେଇଥିଲେ । ପରେ ସେ ଚୋରି କରିଥିବା ସ୍ୱୀକାର କରିବା ସହିତ ସାଇକେଲଟିକୁ ବନ୍ଧକ ରଖିଥିବା କହିଥିଲେ । ଖନ୍ତାପଡ଼ା ବଜାରରେ ଥିବା ସ୍ଥାନୀୟ ଲୋକେ ଚୋରକୁ ପୋଲିସର ଜିମା ଦେଇଥିଲେ ।

ମାତ୍ର ଆଜି(ମଙ୍ଗଳବାର) ସାଇକେଲ ଚୋରି କରିଥିବା ଯୁବକର ଭାଇ ଓ ବାପା ବଜାରରେ ଜଣେ ଦୋକାନୀଙ୍କୁ ଗାଳିଗୁଲଜ କରିଥିଲେ । କିଛି ସମୟ ପରେ ଚୋରର ସାନ ଭାଇ ଖନ୍ତାପଡ଼ା ବଜାରରେ ଜଣେ ଦୋକାନୀଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ତାଙ୍କୁ ଅଟକାଇବାକୁ ଯାଇଥିବା ବ୍ୟକ୍ତିଙ୍କର ଗୋଡ଼ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଏଥିରେ ଜଣେ ଆହତ ହୋଇ ଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇ ବାଲେଶ୍ୱର ବଡ଼ ମେଡ଼ିକାଲରେ ଭର୍ତ୍ତି ହେଉଛନ୍ତି । ଏନେଇ ଖନ୍ତାପଡ଼ା ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details