ଓଡିଶା

odisha

ETV Bharat / state

ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା - ବାଲେଶ୍ବର ଖବର

ହସ୍ପିଟାଲରେ ଚାଲିଗଲା ଚିକିତ୍ସା ହେବାକୁ ଆସିଥିବା ରୋଗୀଙ୍କ ଜୀବନ। ତାତିଗଲେ ଉପସ୍ଥିତ ସମ୍ପର୍କୀୟ । ହସ୍ପିଟାଲ ମୁଖ୍ୟ ଫାଟକରେ ପକାଇଲେ ତାଲା । ଅଧିକ ପଢ଼ନ୍ତୁ

Tension erupts after death of a patient
ରୋଗୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ

By

Published : Dec 28, 2022, 11:53 AM IST

ବାଲେଶ୍ୱର:ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା । ରୋଗୀଙ୍କ ସମ୍ପର୍କୀୟ ଓ ପୋଲିସ ମଧ୍ୟରେ ଠେଲାପେଲା ସାଙ୍ଗକୁ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଜିକେ ଭଟ୍ଟ ହସ୍ପିଟାଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ନାମ୍ପୋ ଅଞ୍ଚଳର ଅକ୍ଷୟ ଜେନାଙ୍କର ଆଜି ସକାଳେ ହଠାତ ପେଟ ସମସ୍ୟା ସହ ଦେହରୁ ଝାଳ ବାହାରି ଅସୁୁସ୍ଥ ହୋଇପଡ଼ିଥିଲେ । ଏହାପରେ ପରିବାରଲୋକେ ତୁରନ୍ତ ଅକ୍ଷୟଙ୍କୁ ସକାଳ ୮ଟାରେ ଜଳେଶ୍ଵର ଜିକେ ଭଟ୍ଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସା ସମୟରେ ହିଁ ଅକ୍ଷୟଙ୍କର ମୃତ୍ୟୁ ହୋଇଯାଇଥିଲା।

ଅକ୍ଷୟଙ୍କର ମୃତ୍ୟୁଖବର ଶୁଣି ବିଶ୍ବାସ କରିପାରିନଥିଲେ ପରିବାର ବର୍ଗ । ତେବେ ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ ଆଣିବାସହ ପାଟିତୁଣ୍ଡ କରିଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା ଡାକ୍ତର ସଞ୍ଜୟ ପଣ୍ଡାଙ୍କୁ ମଧ୍ୟ ଟଣାଓଟରା କରିଥିଲେ।

ହେଲେ ଡାକ୍ତର ସେଠାରୁ କୌଣସି ମତେ ଖସି ପଳାଇଥିଲେ। ଏହାପରେ ଉତ୍ତ୍ୟକ୍ତ ଲୋକେ ହସ୍ପିଟାଲର ମୁଖ୍ୟ ଫାଟକକୁ ବନ୍ଦ କରି ପ୍ରତିବାଦ କରିଥିଲେ । ଖବରପାଇ ଜଳେଶ୍ଵର ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା । ହେଲେ ରୋଗୀଙ୍କ ସମ୍ପର୍କୀୟ ପୋଲିସ ସହ ପାଟିତୁଣ୍ଡ କରିଥିଲେ। ଫଳରେ ପୋଲିସ ଓ ରୋଗୀଙ୍କ ସମ୍ପର୍କୀୟ ମଧ୍ୟରେ ଠେଲାପେଲା ହୋଇଥିଲା ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details