ଓଡିଶା

odisha

By

Published : Aug 5, 2022, 4:00 PM IST

ETV Bharat / state

ଚିକିତ୍ସାରେ ଅବହେଳା ଅଭିଯୋଗ, ନବଜାତକ ମୃତ୍ୟୁ ନେଇ ମେଡିକାଲରେ ଉତ୍ତେଜନା

ବାଲେଶ୍ବର ଫକିରମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ନବଜାତ ଶିଶପୁତ୍ରର ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଛି । ଅଧିକ ପଢନ୍ତୁ

ନବଜାତକ ମୃତ୍ୟୁ ନେଇ ମେଡିକାଲରେ ଉତ୍ତେଜନା
ନବଜାତକ ମୃତ୍ୟୁ ନେଇ ମେଡିକାଲରେ ଉତ୍ତେଜନା

ବାଲେଶ୍ବର: ଜିଲ୍ଲାର ଫକିରମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ମୃତ ଶିଶୁର ବାପା ଓ ମାଆ ଧାରଣା ବସିଛନ୍ତି । ମାତ୍ର ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ବାଲିଆପାଳ ଥାନା ଅଧିନ ବଡ଼ସିମୁଳିଆ ଅଞ୍ଚଳର ଦିଲିପ କୁମାର ବିର (ମୃତ ଶିଶୁର ବାପା) ତାଙ୍କ ସ୍ତ୍ରୀଙ୍କ ପ୍ରସବ ବେଦନା ହେବାରୁ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟାବେଳେ ବାଲେଶ୍ଵର ଫକୀରମୋହନ ମେଡିକାଲ ନେଇଥିଲେ । ଗତକାଲି (ଗୁରୁବାର) ସନ୍ଧ୍ୟା ୮ ଘଟିକା ସମୟରେ ଡାକ୍ତରଙ୍କ ଅବହେଳା କିମ୍ବା ନର୍ସଙ୍କ ଯୋଗୁଁ ନବଜାତ ଶିଶୁପୁତ୍ର ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି ।

ଚିକିତ୍ସାରେ ଅବହେଳା ଅଭିଯୋଗ, ନବଜାତକ ମୃତ୍ୟୁ ନେଇ ମେଡିକାଲରେ ଉତ୍ତେଜନା

ଏହାକୁ ନେଇ ପରିବାର ଲୋକେ ପ୍ରସୂତି ବିଭାଗ ସମ୍ମୁଖରେ ତାଲା ପକାଇ ମୃତ ଶିଶୁକୁ ରଖି ଧାରଣାରେ ବସିଥିଲେ । ମୃତ୍ୟୁର ୧୭ ଘଣ୍ଟା ବିତିଯାଇଥିବାବେଳେ, ଡାକ୍ତର କିମ୍ବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details