ବାଲେଶ୍ବର: ଏବେ ସହରରେ ଚୋରଙ୍କ ଟାର୍ଗେଟରେ ମନ୍ଦିର । ଗୋଟିଏ ରାତିରେ ସହରର 3ଟି ମନ୍ଦିରରେ ସିରିଜ ଚୋରି କରି ଦୁର୍ବୃତ୍ତ ଲୁଟିଛନ୍ତି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ମନ୍ଦିରରେ ଭଗବାନଙ୍କ ପାଖରେ ଲାଗିଥିବା ବିଭିନ୍ନ ସୁନା ଓ ରୂପା ଅଳଙ୍କାରକୁ ବି ବାଦ୍ ଦେଇନାହାନ୍ତି ଦୁର୍ବୃତ୍ତ । ଖବର ପାଇ ଘଟଣାସ୍ଥଳରେ କ୍ରାଇମ ଡିଏସ୍ପି ଉମେଶ ପଣ୍ଡା ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନା ଅନୁଯାୟୀ ସୋମବାର ରାତିରେ ସହରର ଶୋଭାରମପୁର ଅଞ୍ଚଳରେ ଥିବା ଅନ୍ଧାରୀ ମଙ୍ଗଳାଙ୍କ ମନ୍ଦିର ଗ୍ରୀଲ ତାଡି ଚୋର ପଶିଥିଲେ । ସେଠାରେ ରଖାଯାଇଥିବା ମନ୍ଦିର ହୁଣ୍ଡି ଭାଙ୍ଗିବା ସହ ରୂପା ମୁକୁଟ ଓ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏମିତିକି ସୁନାର ଆଖି ମଧ୍ୟ ତାଡି ନେଇଛନ୍ତି ଦୁର୍ବୃତ୍ତ ।