ଓଡିଶା

odisha

ETV Bharat / state

ତହସିଲଦାରଙ୍କ ବ୍ୟବହାରରେ ଅତିଷ୍ଠ ବାଲିଆପାଳବାସୀ

ବାଲେଶ୍ବର ବାଲିଆପାଳ ତହସିଲରେ ତହସିଲଦାରଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ଲୋକେ ।

By

Published : Jul 7, 2019, 12:44 PM IST

ଡିଜାଇନ ଫଟୋ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ତହସିଲଦାରଙ୍କ ବ୍ୟବହାରରେ ଅତିଷ୍ଠ ଲୋକେ । ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ବାଲିଆପାଳ ତହସିଲ କାର୍ଯ୍ୟାଳୟରେ । ତହସିଲରେ ଯୋଗଦେବାର ଚାରିମାସ ଭିତରେ ଅନେକ ବିବାଦରେ ଛନ୍ଦି ହୋଇଛନ୍ତି ସ୍ନିଗ୍ଧା ଛାୟା ମହାପାତ୍ର ।

ସେ ନିଜ ତହସିଲର ଅମଲା, ମୋହରୀ, ଓକିଲଙ୍କ ସହିତ ଭଲ ସମ୍ପର୍କ ନଥିବାରୁ ସମସ୍ତ କର୍ମଚାରୀ କିଛି ଦିନ ଆଗରୁ ଧାରଣାରେ ବସିଥିଲେ ୲ ଅଧିକାଂଶ ସମୟରେ ଅନୁପସ୍ଥିତ ରହିଥିବାରୁ ତହସିଲରେ ବହୁ କାର୍ଯ୍ୟ ହୋଇ ପାରୁନଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ହେଲେ ନିକଟରେ ତହସିଲ ପରିସରରେ କିଛି ଲୋକ ବହୁ ଦୂରରୁ ବିଭିନ୍ନ କାର୍ଯ୍ୟରେ ଆସି ନିରାଶ ହୋଇ ଫେରି ଯାଉଥିବା ଦେଖି ଜଣେ ସାମ୍ବାଦିକ ତହସିଲଦାରଙ୍କୁ ଏବିଷୟରେ ପଚାରିବାକୁ ତାଙ୍କ ଅଫିସ ଭିତରକୁ ଯାଇଥିଲେ ୲ ମାତ୍ର ତହସିଲଦାର ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରି ଅଫିସରୁ ବାହାର କରିଦେବା ସହ ଜାତି ଉଠାଇ ଖରାପ ଭାଷାରେ ଗାଳି ଦେଇଥିବ୲ ସାମ୍ବାଦିକ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।

ଗଣମାଧ୍ୟମର ପ୍ରତିନିଧି ବାଲିଆପାଳ ତହସିଲଦାରଙ୍କ ପ୍ରତିକ୍ରିୟା ନେବାକୁ ଯାଇଥିବାବେଳେ ତହସିଲଦାର ଗଣମାଧ୍ୟମର ପ୍ରତିନିଧିଙ୍କୁ ଦେଖା କରିବାକୁ ସମୟ ନାହିଁ ଓ କୌଣସି ପ୍ରତିକ୍ରିୟା ଦେବେ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ । ଏହାକୁ ନେଇ ସାମ୍ବାଦିକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details