ବାଲେଶ୍ବର: ସାହାଯ୍ୟ କରିବାକୁ କହି ଶିକ୍ଷକ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ । ଛାତ୍ରୀଙ୍କ ଗାଡି ଖରାପ ହୋଇଯିବାରୁ ଘରେ ଛାଡିଦେବାକୁ କହି ଅସଦାଚରଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ଏଥିସହ ଏନେଇ କାହାକୁ ନ କିହାବକୁ ମଧ୍ୟ ଧମକ ଦେଇଛନ୍ତି ଶିକ୍ଷକ ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ - ଶିକ୍ଷକ ଛାତ୍ରୀଙ୍କୁ ଅସଦାଚରଣ କରିବା ଖବର
ବାଲେଶ୍ବର ନୀଳଗିରି ଅଞ୍ଚଳରେ ଶିକ୍ଷକ ଛାତ୍ରୀଙ୍କୁ ସାହାଯ୍ୟ କରିବାକୁ କହି ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ....
ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜଣେ ଛାତ୍ରୀ ତାଙ୍କ ମାଆଙ୍କ ସହ ଔପଦା ବ୍ଲକକୁ ନିଜର ରାସନ କାର୍ଡ ପାଇଁ ଆସିଥିଲେ । କାମ ସାରି ଘରକୁ ଫେରୁଥିବା ସମୟରେ ଔପଦା ଗଣ୍ଡିବେଡ଼ ରାସ୍ତା ଗୋବିନ୍ଦପୁର ଠାରେ ଛାତ୍ରୀଙ୍କ ଗାଡ଼ି ଖରାପ ହୋଇଯାଇଥିଲା । ଗାଡି ଗଡ଼େଇ ଗଡ଼େଇ ଆସୁଥିବାବେଳେ ସେହି ସମୟରେ ଗୋବିନ୍ଦପୁର ଆଦର୍ଶ ସଂସ୍କୃତି ବିଦ୍ୟାଳୟରେ ଶିକ୍ଷକ ଥିବା ମଲିହା ଗ୍ରାମର ରବୀନ୍ଦ୍ର ମହାନ୍ତି ତାଙ୍କୁ ଖଇରାରେ ଛାଡ଼ିଦେବା ପାଇଁ କହିଥିଲେ । କିଛି ବାଟ ଯିବାପରେ ଏକ ନିଛାଟିଆ ଜାଗାରେ ଉକ୍ତ ଯୁବତୀଙ୍କୁ ଅସଦାଚରଣ କରିଥିବା ଜଣାପଡିଛି । ଏଥିସହ ଏନେଇ ଅନ୍ୟ କାହାକୁ କହିଲେ ଜୀବନରୁ ମାରିଦେବା ସହିତ ପରିବାରକୁ ଖଇରାରେ ରଖିବାକୁ ଦେବେନାହିଁ ବୋଲି ଧମକ ଦେଇଥିଲେ । ଏନେଇ ଆଜି(ମଙ୍ଗଳବାର) ଖଇରା ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ