ଓଡିଶା

odisha

ETV Bharat / state

କାହା ବଳରେ ବଳିଆନ ବାଲିମାଫିଆ ? ତହସିଲଦାରଙ୍କୁ ରଖିଲେ ଅଟକ - ତହସିଲଦାର ଅଟକ ଘଟଣା

ବେଆଇନ ବାଲି ଚାଲାଣ ରୋକିବାକୁ ଯାଇ ବାଲି ମାଫିଆଙ୍କ ଆକ୍ରମଣର ଶିକାର ହେଲେ ବାଲେଶ୍ବର ଜିଲ୍ଲା ନୀଳଗିରି ତହସିଲଦାର ଅଶେଷ ନାୟକ । ପଢନ୍ତୁ ଅଧିକ...

ତହସିଲଦାରଙ୍କୁ ଅଟକ ରଖିଲେ ବାଲିମାଫିଆ, ପୋଲିସ କଲା ଉଦ୍ଧାର
ତହସିଲଦାରଙ୍କୁ ଅଟକ ରଖିଲେ ବାଲିମାଫିଆ, ପୋଲିସ କଲା ଉଦ୍ଧାର

By

Published : Dec 24, 2020, 8:38 PM IST

ବାଲେଶ୍ବର:ବେଆଇନ ବାଲି ଚାଲାଣ ରୋକିବାକୁ ଯାଇ ବାଲି ମାଫିଆଙ୍କ ଆକ୍ରମଣର ଶିକାର ହେଲେ ନୀଳଗିରି ତହସିଲଦାର ଅଶେଷ ନାୟକ । ତହସିଲଦାରଙ୍କୁ ମାଫିଆମାନେ ଅଟକ ରଖିଥିଲା ବେଳେ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି ।

ତହସିଲଦାରଙ୍କୁ ଅଟକ ରଖିଲେ ବାଲିମାଫିଆ, ପୋଲିସ କଲା ଉଦ୍ଧାର

ମିଳିଥିବା ଖବର ଅନୁସାରେ ନୀଳଗିରି ତହସିଲ ଅଧିନ ପୁନ୍ଦାଳ ବାଲିଖାଦାନରେ ବ୍ୟାପକ ବେଆଇନ ବାଲି ଚାଲାଣ ହେଉଥିବା ଖବରପାଇ ତହସିଲଦାର ଅଶେଷ ନାୟକ ତଦନ୍ତରେ ଯାଇଥିଲେ । ତହସିଲଦାର ସେଠାରେ ପହଞ୍ଚିବା ପରେ ବାଲି ମାଫିଆମାନେ ବେଶ କିଛି ସମୟ ସେମାନଙ୍କ ଆତଙ୍କ ଦେଖାଇଥିବା ବେଳେ ତହସିଲଦାରଙ୍କୁ ଅଟକ ରଖିଥିଲେ। ପରେ ଘଟଣାସ୍ଥଳରେ ନୀଳଗିରି ପୋଲିସ ପହଞ୍ଚି ତହସିଲଦାରଙ୍କୁ ସେଠାରୁ ଉଦ୍ଧାର କରିବା ସହ ଏକ ଟ୍ରାକ୍ଟର ଜବତ କରିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ

ABOUT THE AUTHOR

...view details