ଓଡିଶା

odisha

ମନ୍ଦିର ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

By

Published : Nov 4, 2022, 11:40 AM IST

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଦଣ୍ଡକାଳୀ ମନ୍ଦିର ନିକଟରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହକୁ ଉଦ୍ଧାର କରାଯାଇଛି । ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ଏହାଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଅଧିକ ପଢ଼ନ୍ତୁ

ଦଣ୍ଡକାଳୀ ମନ୍ଦିର ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଦଣ୍ଡକାଳୀ ମନ୍ଦିର ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବାଲେଶ୍ୱର:ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଦଣ୍ଡକାଳୀ ମନ୍ଦିର ନିକଟରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହକୁ ଉଦ୍ଧାର କରାଯାଇଛି (suspicious dead body of young man found) । ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ଏହାଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ମିଳିଥିବା ସୂଚନା ଅନୁସାରେ, ଖନ୍ତାପଡ଼ା ଗ୍ରାମର ଅଭୟ କୁମାର ପଣ୍ଡା ବୁଧବାର ସନ୍ଧ୍ୟାରେ ବଜାରକୁ କାମରେ ଯାଇଥିଲେ ।

ରାତି ପର୍ଯ୍ୟନ୍ତ ଅଭୟ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ସକାଳେ ଅଭୟଙ୍କ ମୃତଦେହ ଦାଣ୍ଡକାଳୀଙ୍କ ମନ୍ଦିର ନିକଟ ଜାତୀୟ ରାଜପଥରେ କ୍ଷତାକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା । ଏହାଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ସୂଚନା ଅନୁସାରେ, ପ୍ରାୟ ୮ ଦିନ ତଳେ ଅଭୟଙ୍କର ଗାଁର ୪ ଜଣ ବ୍ୟକ୍ତିଙ୍କ ସହିତ ଗଣ୍ଡଗୋଳ ହୋଇଥିଲା । ପରେ ଗାଁରେ ଭଦ୍ର ଲୋକଙ୍କ ଉପସ୍ଥିତରେ ଘଟଣାର ସମାଧାନ କରାଯାଇଥିଲା । ଏହି ଘଟଣାରୁ ହୁଏତ ହତ୍ୟାକାଣ୍ଡ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ସେପଟେ ଖନ୍ତାପଡ଼ା ପୋଲିସ ଏନେଇ ତଦନ୍ତ ଜାରି ରଖିଛି । ଏହାସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଉଛି । କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଛି ତାହାର କାରଣ ଖୋଜୁଛି ପୋଲିସ । ହତ୍ୟାକାରୀକୁ କଠୋର ଦଣ୍ଡ ଦେବା ପାଇଁ ମଧ୍ୟ ପରିବାର ଲୋକେ ପୋଲିସ ଆଗରେ କହିଛନ୍ତି । ସେପଟେ ପୁଅକୁ ହରାଇ ମାଆ ଆଖିରୁ ଶୁଖୁନି ଲୁହ । ଭଉଣୀ ମଧ୍ୟ ଭାଇକୁ ହରାଇ ଗୁମୁରେଇ ଗୁମୁରେଇ କାନ୍ଦୁଛି । ମୋ ଭାଇକୁ ଫେରାଇ ଦିଅ କହି ଭଗବାନଙ୍କ ନିକଟରେ ନେହୁରା ହେଉଛି । ଅଭୟଙ୍କ ମୃତ୍ୟୁକୁ ନେଇ ଘରେ ଶୋକର ଛାୟା ଖେଳି ଯାଇଛି । ଏମିତି କଣ କଥା ହେଲା ଯେ ଯେଉଁଥି ପାଇଁ ଆମ ପୁଅକୁ ମାରିଦେଲେ । ବୁଧବାର ସକାଳେ ଅଭୟ ଘରୁ ବାହାରି ଯାଇ ଆଉ ଫେରିନଥିଲେ ।

ତେବେ ଦୀର୍ଘ ସମୟ ଧରି ଘରୁ ଫେରି ନଥିବାରୁ ଅଭୟଙ୍କୁ ଖୋଜା ଖୋଜି ଆରମ୍ଭ କରିଥିଲେ ପରିବାର ଲୋକେ । ହେଲେ ପାଇ ନଥିଲେ। ଏହାପରେ ସ୍ଥାନୀୟ ଲୋକେ ଦଣ୍ଡକାଳୀ ମନ୍ଦିର ନିକଟରେ ଅଭୟଙ୍କ କ୍ଷତିବିକ୍ଷତ ଶରୀର ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବରପାଇ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ । ସେଠାରେ ଅଭୟଙ୍କ ମୃତଦେହ ପଡ଼ିଥିବା ଦେଖି ଚେତା ହରାଇ ବସିଥିଲା ମାଆ ।

ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details