ବାଲେଶ୍ଵର: ବାଲେଶ୍ବର ସଦର ଉପନିର୍ବାଚନରେ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ଆଜି(ଗୁରୁବାର) ସେ ବାଲେଶ୍ବରରେ ପହଞ୍ଚି ପ୍ରଚାର ଆରମ୍ଭ କରିଛନ୍ତି ।
ପ୍ରଥମେ ସେ ଏକ ଚା ଦୋକାନରେ ବସି ଲୋକଙ୍କ ମତାମତ ସଂଗ୍ରହ କରିଥଲେ । ବିଧାୟିକା ପ୍ରାର୍ଥୀ ମମତା କୁଣ୍ଡୁ ଜଣେ ଭଲ ପ୍ରାର୍ଥୀ ବୋଲି ସୁର ସମସ୍ତଙ୍କୁ ବୁଝାଇଥିଲେ। ବାଲେଶ୍ବରର ପ୍ରତିଟି ବିକାଶ କଂଗ୍ରେସ ହିଁ କରିଛି ଆଉ ସବୁ ଦଳ କେବଳ ବାହାସ୍ପୋଟ ମାରୁଛନ୍ତି ବୋଲି ସେ କହିଛନ୍ତି । ବିଜେଡି କିଛି ବିକାଶ କରିନି ଓ ଟଙ୍କା ଦେଇ ଭୋଟ କିଣିବାକୁ ଆସିଛି ବୋଲି ସୁର କହିଛନ୍ତି ।