ଓଡିଶା

odisha

ETV Bharat / state

ଅନ୍ଧବିଶ୍ବାସରେ ଅନ୍ଧ ପରିବାର, ଗୁଣିଆର ନିସ୍ତୁକ ମାଡରେ ଗୁରୁତର ଶିଶୁ

ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଅସୁସ୍ଥ ଶିଶୁକୁ ଗୁଣିଆ ପାଖକୁ ନେଲେ ପରିବାର । ସେପଟେ ଗୁଣିଆର ନିସ୍ତୁକ ମାଡ଼ରେ ଗୁରୁତର ହୋଇଛି ଶିଶୁ । ଅଧିକ ପଢ଼ନ୍ତୁ...

ଅନ୍ଧ ବିଶ୍ବାସର ବନ୍ଧନରେ ପରିବାର, ଶିଶୁ ପାଇଲା ନିସ୍ତୁକ ମାଡ

By

Published : Nov 13, 2019, 5:45 PM IST

ବାଲେଶ୍ବର: ବିଜ୍ଞାନର ଆଲୋକରେ ବିଶ୍ବ ଆଲୋକିତ ହେଉଥିବା ବେଳେ ଅନ୍ଧବିଶ୍ବାସର ଶିକାର ହୋଇଛି ଜଣେ ନାବାଳକ । ଭୂତ ମାଡି ବସିବା କହି ଗୁଣିଆ ନାବାଳକଟିକୁ ମାଡ଼ ମାରିଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅନ୍ଧ ବିଶ୍ବାସର ବନ୍ଧନରେ ପରିବାର, ଶିଶୁ ପାଇଲା ନିସ୍ତୁକ ମାଡ

ଏମିତି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅଧୀନ ରାଣୀଗୁଡା ଗ୍ରାମରେ। ମହାଗବ ଗ୍ରାମର ଜୈନିକ 10 ବର୍ଷୀୟ ନାବାଳକର ଦେହ ଅସୁସ୍ଥ ହୋଇପଡିଥିଲା । ପରିବାର ଲୋକେ ଡାକ୍ତରଖାନା ନେବା ବଦଳରେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ରାଣୀଗୁଡା ଗ୍ରାମର ଜଣେ ଗୁଣିଆ ପାଖକୁ ନେଇ ପୁଅର ଚିକିତ୍ସା କରାଇଥିଲେ।

ତେବେ ଗୁଣିଆ ଜଣକ ଚିକିତ୍ସା କରିବା ଆଳରେ ନାବାଳକକୁ ଭୂତ ଲାଗି ଥିବା କହି ପାଟିରେ ଚପଲ ପୂରାଇ ବାଡିରେ ନିସ୍ତୁକ ପିଟି ଥିଲେ। ଫଳରେ ନାବାଳକ ଜଣକ ଗୁରୁତର ହୋଇଥିବା ଜଣାପଡିଛି। ଗୁଣିଆର ନିର୍ଧୁମ ମାଡ଼ ମାରୁଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details