ବାଲେଶ୍ବର: ବଡ଼ ଭଉଣୀର ମୃତ୍ୟୁ ରହସ୍ୟ କହୁଛି ସାନ ଭଉଣୀ । ସାନ ଭଉଣୀ ଦେହରେ ସବାର ହୋଇ କେମିତି ହେଲା ମୃତ୍ୟୁ, କାହିଁକି ହୋଇଛି ମୃତ୍ୟୁ ସେସବୁ କଥା କହୁଛି ବଡ ଭଉଣୀ । ଯାହାର ଭିଡ଼ିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ବାଟିଟଙ୍କି ଗ୍ରାମରେ ଦେଖିବାକୁ ମିଳିଛି ଏମିତି ଭୌତିକ କାଣ୍ଡ। ମହାରାଜପୁର ଗ୍ରାମର ଚନ୍ଦନ ବେହେରା ବାଟିଟଙ୍କି ଗ୍ରାମର ଜ୍ୟୋତ୍ସ୍ନାରାଣୀ ଜେନାଙ୍କୁ ପ୍ରେମ ବିବାହ କରିଥିଲେ । ଗତ ୨୭ ଜୁନରେ ବିଦ୍ୟୁତ ଆଘାତ ପାଇଥିବାର କହି ଘର ଲୋକେ ଗୋପାଳପୁର ଡ଼ାକ୍ତରଖାନା ନେଇଥିବା ବେଳେ ସେଠାରେ ଡାକ୍ତର ଜ୍ୟୋତ୍ସ୍ନାରାଣୀଙ୍କୁ ମୃତ ଘୋଷଣା କରିଥିଲେ ।