ଓଡିଶା

odisha

ETV Bharat / state

ଫାଇନ ଡରରେ ଲୋକଙ୍କ ଗହଳି, ରବିବାର ବି ଖୋଲା ଆରଟିଓ ଅଫିସ - ଗାଡ଼ି କାଗଜପତ୍ର

ନୂଆ ମୋଟରଯାନ ଆଇନ ଲାଗୁକୁ ନେଇ ଅନେକ ବିରୋଧ ପରେ ରାଜ୍ୟ ସରକାର 3 ମାସ ପାଇଁ ଟ୍ରାଫିକ ନିୟମକୁ କୋହଳ କରିଛନ୍ତି । ଆଉ ସେହି ସମୟ ଭିତରେ ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ଠିକ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

By

Published : Sep 15, 2019, 2:07 PM IST

ବାଲେଶ୍ଵର: ସେପ୍ଟେମ୍ବର 1ରୁ ସାରା ଦେଶରେ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ କଡାକଡି ହୋଇଥିଲା ଟ୍ରାଫିକ ନିୟମ । ଆଉ ନିୟମ ଉଲ୍ଲଂଘନକାରୀଙ୍କୁ ଲାଗୁଥିଲା ମୋଟା ଅଙ୍କର ଜୋରିମାନା । ଯାହାକୁ ଦେଖି ଅନେକ ବିରୋଧ ପରେ ରାଜ୍ୟ ସରକାର 3 ମାସ ପାଇଁ ଟ୍ରାଫିକ ନିୟମକୁ କୋହଳ କରିଛନ୍ତି । ଆଉ ଏହି ସମୟସୀମା ଭିତରେ ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ଠିକ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

ଯାହାକୁ ଦେଖି ଏବେ ସବୁ ଆରଟିଓ ଅଫିସ ମାନଙ୍କରେ ଲୋକଙ୍କ ଗହଳି ଲାଗିଛି । ବାଲେଶ୍ଵର ଆରଟିଓରେ ମଧ୍ୟ ଲୋକଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା। ତେବେ ରବିବାର ଛୁଟିଦିନରେ ବି ଆରଟିଓ କାର୍ଯ୍ୟାଳୟ ଖୋଲିଥିଲେ ବି କିଭଳି ଲୋକଙ୍କ ଭିଡ ରହିଛି, ଏହାକୁ ନେଇ ଲୋକଙ୍କ ପ୍ରତିକ୍ରିୟା କିଭଳି ରହିଛି। ସେନେଇ ଲୋକଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମେ ପ୍ରତିନିଧି ।

ABOUT THE AUTHOR

...view details