ଓଡିଶା

odisha

ETV Bharat / state

ଚାନ୍ଦିପୁରରୁ ପୃଥ୍ବୀ-2 ମିସାଇଲର ସଫଳ ପରୀକ୍ଷଣ - successful testing of prirhvi 2 missiles

ବାଲେଶ୍ବର ଚାନ୍ଦିପୁର ପ୍ରତିରକ୍ଷା ପରୀକ୍ଷଣ କେନ୍ଦ୍ରରୁ ପୃଥ୍ବୀ-2ର ସଫଳ ପରୀକ୍ଷଣ କରାଯାଇଛି। ସଂଧ୍ୟା 7ଟା 34 ମିନିଟ ସମୟରେ ଏହି ମସାଇଲର ପରୀକ୍ଷଣ କରାଯାଇଛି। ଅଧିକ ପଢ଼ନ୍ତୁ...

ଚାନ୍ଦିପୁରରୁ ପୃଥ୍ବୀ-2 ମିସାଇଲର ସଫଳ ପରୀକ୍ଷଣ
ଚାନ୍ଦିପୁରରୁ ପୃଥ୍ବୀ-2 ମିସାଇଲର ସଫଳ ପରୀକ୍ଷଣ

By

Published : Oct 16, 2020, 8:58 PM IST

ବାଲେଶ୍ବର: ବାଲେଶ୍ବର ଚାନ୍ଦିପୁର ପ୍ରତିରକ୍ଷା ପରୀକ୍ଷଣ କେନ୍ଦ୍ରରେ ପୃଥ୍ବୀ-2ର ସିସାଇଲ ସଫଳ ପରୀକ୍ଷଣ କରାଯାଇଛି। ଆଜି(ଶୁକ୍ରବାର) ସଂଧ୍ୟା 7ଟା 34 ମିନିଟ ସମୟରେ ଏହି ମିସାଇଲର ପରୀକ୍ଷଣ କରାଯାଇଥିଲା। ଏହି ମିସାଇଲ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରାଯାଇଛି।

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ସହଯୋଗରେ ଏହି ମସାଇଲକୁ ପ୍ରତିରକ୍ଷା ବାହିନୀରେ ସାମିଲ କରାଯାଇଛି। ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡୋ ପକ୍ଷରୁ ଏହାର ବ୍ୟବହାର ଉପଯୋଗୀ ଦିଗ ଉପରେ ପରୀକ୍ଷଣ ହୋଇ ଆସୁଛି। 350 କିଲୋମିଟର ଦୂର ପର୍ଯ୍ୟନ୍ତ ପୃଥ୍ବୀ 2 ମିସାଇଲ ଲକ୍ଷ୍ୟଭେଦ କରି ପାରିବା କ୍ଷମତା ରହିଛି। 5ଶହ କେଜିରୁ 1 ହଜାର କେଜି ପର୍ଯ୍ୟନ୍ତ ଓଜନର ଯୁଦ୍ଧାସ୍ତ୍ର ଏହି ମିସାଇଲ ବହନ କରିପାରିବ। ଏହାସହ ଏହାର ଲମ୍ବ 9 ମିଟର, ମୋଟେଇ 110 ସେମି ରହିଛି। ଏହାର ଓଜନ ୪.୬ ଟନ ରହିଥିବା ନେଇ ସୂଚନା ମିଳିଛି।

ଅତ୍ୟାଧୁନିକ ଜ୍ଞାନ କୌଶଳରେ ତିଆରି ହୋଇଥିବା ଏହି ମସାଇଲ 2003 ମସିହାରେ ଭାରତୀୟ ସେନାରେ ସାମିଲ ହୋଇଥିଲା। ଡିଆରଡିଓର ରାଡାର, ଇଲେକ୍‌ଟ୍ରୋ ଅପ୍‌ଟିକାଲ ଟ୍ରାକିଂ ସିଷ୍ଟମ ଦ୍ବାରା ଏହି ମିସାଇଲର ଗତିପଥ ଉପରେ ନଜର ରଖାଯାଇଥିଲା। ଏଥିପାଇଁ ଓଡ଼ିଶା ଉପକୂଳରେ ଥିବା ଟେଲିମେଟ୍ରି ଷ୍ଟେସନର ସହାୟତା ନିଆଯାଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details