ଓଡିଶା

odisha

ETV Bharat / state

ସବସୋନିକ କ୍ରୁଜ ମିସାଇଲ୍ ନିର୍ଭୟର ସଫଳ ପରୀକ୍ଷଣ - ITR in Chandipur

ବାଲେଶ୍ବର ଜିଲ୍ଲା ଚାନ୍ଦିପୁରସ୍ଥିତ ଆଇଟିଆରର ୩ ନମ୍ବର କ୍ଷେପଣାସ୍ତ୍ର ଘାଟିରୁ ଏହି କ୍ଷେପଣାସ୍ତ୍ରକୁ ଆଜି ୧୦ଟା ୩୩ ମିନିଟ ସମୟରେ ପରୀକ୍ଷା କରାଯାଇଥିବା ଜଣାପଡିଛି ।

missile-nirbhaya
'ନିର୍ଭୟର' ସଫଳ ପରୀକ୍ଷଣ

By

Published : Oct 12, 2020, 8:40 PM IST

ବାଲେଶ୍ବର: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସବସୋନିକ କ୍ରୁଜ କ୍ଷେପଣାସ୍ତ୍ର ନିର୍ଭୟର ସଫଳ ପରୀକ୍ଷଣ ହୋଇଛି । ବାଲେଶ୍ବର ଜିଲ୍ଲା ଚାନ୍ଦିପୁରସ୍ଥିତ ଆଇଟିଆରର ୩ ନମ୍ବର କ୍ଷେପଣାସ୍ତ୍ର ଘାଟିରୁ ଏହି କ୍ଷେପଣାସ୍ତ୍ରକୁ ଆଜି (ସୋମବାର) ୧୦ଟା ୩୩ ମିନିଟ ସମୟରେ ପରୀକ୍ଷା କରାଯାଇଥିବା ଜଣାପଡିଛି। ଭାରତୀୟ ସେନାରେ ସାମିଲ ହୋଇଥିବା ଏହି ସବସୋନିକ କ୍ରୁଜ କ୍ଷେପଣାସ୍ତ୍ରର ଲକ୍ଷ୍ଯଭେଦ କ୍ଷମତା 1 ହଜାର କିଲୋମିଟର ।

ଭାରତୀୟ ପ୍ରତିରକ୍ଷା ଏବଂ ଗବେଷଣା ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଏହି କ୍ଷେପଣାସ୍ତ୍ରକୁ ବିକଶିତ କରିଛି । ନିର୍ଭୟ କ୍ଷେପଣାସ୍ତ୍ର ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବା ସହ ସଠିକ ଭାବେ ଲକ୍ଷ୍ୟଭେଦ କରିପାରିବ । ଏହି କ୍ଷେପଣାସ୍ତ୍ରର ଲକ୍ଷ୍ଯଭେଦ କ୍ଷମତା ଆମେରିକାର ପ୍ରସିଦ୍ଧ ଟମହକ୍ କ୍ଷେପଣାସ୍ତ୍ର ସହ ସମାନ ।

ସୂଚନା ମୁତା‌ବକ, ଚୀନ ଏବଂ ପାକିସ୍ତାନ ପଟୁ ବଢୁଥିବା ବିପଦକୁ ଲକ୍ଷ୍ୟକରି ଭାରତ ଏକ ଦୂରମାରକ କ୍ଷମତା ବିଶିଷ୍ଟ କ୍ଷେପଣାସ୍ତ୍ର ତିଆରି କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର ମିଜାଇଲ କଣ୍ଟ୍ରୋଲ ରେଜିମ (ଏମ୍‍ଟିସିଆର) ଭାରତ ସ୍ଥାନ ପାଇନଥିବା ଯୋଗୁଁ ଏଭଳି କ୍ଷେପଣାସ୍ତ୍ର ବିକାଶ କରିବାକୁ ଅନ୍ୟ ଦେଶର ସହଯୋଗ ମିଳିପାରିନଥିଲା । ଏହାବାଦ ଡିଆରଡିଓ ଏକାକି ‘ନିର୍ଭୟ’ ସବସୋନିକ କ୍ରୁଜ କ୍ଷେପଣାସ୍ତ୍ର ବିକଶିତ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details