ଓଡିଶା

odisha

ETV Bharat / state

ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ ଛାତ୍ର ! ଭୋଟ ପରେ ବୋହିଲେ ବାକ୍ସ - ନିର୍ବାଚନୀ କାର୍ଯ୍ୟରେ ଛାତ୍ରଙ୍କୁ ନିୟୋଜିତ

ଭୋଟ ସରିବା ପରେ ଭୋଟ ବାକ୍ସ ବୋହିଲେ ଛାତ୍ର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବରର ସରକାରୀ ଆଇଟିଆଇ କଲେଜ ପରିସରରେ । ଅଧିକ ପଢନ୍ତୁ

ନିର୍ବାଚନୀ କାର୍ଯ୍ୟରେ ଛାତ୍ରଙ୍କୁ ନିୟୋଜିତ !
ନିର୍ବାଚନୀ କାର୍ଯ୍ୟରେ ଛାତ୍ରଙ୍କୁ ନିୟୋଜିତ !

By

Published : Feb 25, 2022, 5:21 PM IST

ବାଲେଶ୍ୱର:ନିର୍ବାଚନୀ କାର୍ଯ୍ୟରେ ଛାତ୍ରଙ୍କୁ ନିୟୋଜିତ । ଭୋଟ ସରିବା ପରେ ଭୋଟ ବାକ୍ସ ବୋହିଲେ ଛାତ୍ର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବରର ସରକାରୀ ଆଇଟିଆଇ କଲେଜ ପରିସରରେ । କିଛି ଛାତ୍ର ଭୋଟ ବାକ୍ସ ଧରି ଷ୍ଟ୍ରଙ୍ଗ ରୁମକୁ ଯାଉଥିବାର ଭିଡିଓରେ ଦେଖିବାକୁ ମିଳିଛି ।

ନିର୍ବାଚନୀ କାର୍ଯ୍ୟରେ ଛାତ୍ରଙ୍କୁ ନିୟୋଜିତ !

ସୂଚନା ଅନୁୟାୟୀ ଗୁରୁବାର ଶେଷ ପର୍ଯ୍ୟାୟ ମତଦାନ ଥିବା ବେଳେ ସଦର ବ୍ଲକର ୪୯୬ ବୁଥରେ ଭୋଟ ବାକ୍ସ ରହିବା ପାଇଁ ସରକାରୀ ଆଇଟିଆଇ ପରିସରରେ ଷ୍ଟ୍ରଙ୍ଗରୁମ କରାଯାଇଛି। ଶେଷ ପର୍ଯ୍ୟାୟ ମତଦାନ ପରେ ଭୋଟ ବାକ୍ସ ଆଇଟିଆଇ ପରିସରରେ ପହଞ୍ଚିଥିଲା। ଏହାକୁ ସଦର ବିଡ଼ିଓ ଓ ତହସିଲଦାର ତଦାରଖ କରିଥିଲେ। ମାତ୍ର କିଛି ଛାତ୍ର ବାଲଟବାକ୍ସ ବୋହୁଥିବା ଦେଖିବାକୁ ମିଳିଥିଲା।

ଏନେଇ ସଦର ବ୍ଲକ ବିଡିଓଙ୍କୁ ପଚାରିବାରୁ ସେ ଜାଣିନଥିବା କହିଛନ୍ତି । ତେବେ ନିର୍ବାଚନ କାର୍ଯ୍ୟରେ ଛାତ୍ରମାନଙ୍କୁ କେଉଁ ପରିସ୍ଥିତିରେ ନିୟୋଜିତ କରାଯାଇଥିଲା ତାହା ତଦନ୍ତ ସାପେକ୍ଷ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details