ଓଡିଶା

odisha

ETV Bharat / state

ଜିଦରେ ଅଟଳ ଏଫଏମ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ, ବିଫଳ ପ୍ରଶାସନ - ଆନ୍ଦୋଳନରୁ ଉଠିବାକୁ ନାରାଜ୍ ଫକୀର ମୋହନ ସେନାପତି କଲେଜର ଛାତ୍ରଛାତ୍ରୀ

3 ଦିନ ପରେ ମଧ୍ୟ ଆନ୍ଦୋଳନରୁ ଉଠିବାକୁ ନାରାଜ୍ ଫକୀର ମୋହନ ସେନାପତି କଲେଜର ଛାତ୍ରଛାତ୍ରୀ । ପ୍ରଶାସନର ସମସ୍ତ ପ୍ରଚେଷ୍ଟା ପରେ ମଧ୍ୟ ଲିଖିତ ପ୍ରତିଶୃତି ପାଇଁ ଅଡି ବସିଛନ୍ତି ଛାତ୍ରଛାତ୍ରୀ ।

student protest continue in balesore
ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Nov 28, 2019, 5:39 PM IST

ବାଲେଶ୍ବର: ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମନ୍ବିତ ବିଏଡ ଓ ଏମଏଡ ଛାତ୍ରଛାତ୍ରୀମାନେ ଲଗାତର ଭାବେ 3ଦିନ ଧରି ଧାରଣାରେ ବସିଛନ୍ତି । ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟର ଅଧିକାରୀମାନେ ଯେତେ ବୁଝାଇଲେ ବି ଲିଖିତ ପ୍ରତିଶୃତି ନ ମିଳିବା ଯାଏ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି ସିଧାସଳଖ ଭାବେ ଛାତ୍ରଛାତ୍ରୀମାନେ କହିଛନ୍ତି ।

ଜିଦରେ ଅଟଳ ଏଫଏମ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ

ବୁଧବାର ରାତିରେ ରେଜିଷ୍ଟ୍ରାରଙ୍କ ସମେତ ଜିଲ୍ଲା ପ୍ରଶାସନ ଧାରଣାରତ ଛାତ୍ରଛାତ୍ରୀଙ୍କୁ ବୁଝାଇବାରେ ବିଫଳ ହୋଇଥିବା ବେଳେ ଗୁରୁବାର ବିଶ୍ୱବିଦ୍ୟାଳୟର ପିଜି କାଉନସିଲ୍ ଚେୟାରମ୍ୟାନ ସଚ୍ଚିଦାନନ୍ଦ ଦେଉରୀ ମଧ୍ୟ ବୁଝାଇବାର ବିଫଳ ହୋଇଛନ୍ତି । ଶୀତ କାକରରେ ଛାତ୍ରଛାତ୍ରୀମାନେ 3ଦିନ ଧରି ଧାରଣା ଦେଉଥିବା ବେଳେ ସେମାନେ ଲିଖିତ ପ୍ରତିଶୃତି ପାଇଁ ଅଡ଼ି ବସିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ ,ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details