ଓଡିଶା

odisha

ETV Bharat / state

ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଛାତ୍ରଛାତ୍ରୀ - ବିଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀ

ଶିକ୍ଷକ ପ୍ରବେଶିକା ପରୀକ୍ଷା ଦେଇ ନପାରିବାକୁ ନେଇ ମଙ୍ଗଳବାର ଭୁବନେଶ୍ବର ଅଭିମୁଖେ ପଦଯାତ୍ରା କରିଥିଲେ ଫକୀର ମୋହନ ବିଶ୍ଵବିଦ୍ୟାଳୟର ସମନ୍ବିତ ବିଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀ।

ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଛାତ୍ରଛାତ୍ରୀ

By

Published : Nov 5, 2019, 9:26 PM IST

ବାଲେଶ୍ଵର: ଫକୀର ମୋହନ ବିଶ୍ଵବିଦ୍ୟାଳୟର ସମନ୍ବିତ ବିଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀଙ୍କ ପଦଯାତ୍ରା। ଶିକ୍ଷକ ପ୍ରବେଶିକା ପରୀକ୍ଷା ଦେଇ ନପାରିବା ନେଇ ମଙ୍ଗଳବାର ଭୁବନେଶ୍ବର ଅଭିମୁଖେ ପଦଯାତ୍ରା କରିଥିଲେ ଛାତ୍ରଛାତ୍ରୀ।

ଅଧାରାସ୍ତାରୁ ବାଲେଶ୍ଵର ଜିଲ୍ଲାପାଳ ଓ ଏସପି ସେମାନଙ୍କୁ ଅଟକାଇ ଥିଲେ । ଆଲୋଚନା କରିବା ପାଇଁ ଅଧାରାସ୍ତାରୁ ପଦଯାତ୍ରୀଙ୍କୁ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଁଞ୍ଚିବା ପାଇଁ କୁହାଯାଇଥିଲା। ସେଠାରୁ ପଦଯାତ୍ରୀ ଜିଲ୍ଲାପାଳ ଅଫିସ ପହଞ୍ଚିଥିଲେ ମଧ୍ୟ ସେମାନଙ୍କୁ କୌଣସି ପ୍ରତିଶ୍ରୃତି ଦିଆଯାଇନଥିଲା। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ସେମାନେ ଧାରଣାରେ ବସିଥିଲେ।

ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଛାତ୍ରଛାତ୍ରୀ

ଘଟଣା ବିଷୟରେ ଖବର ପାଇ ସ୍ଥାନୀୟ ବିଧାୟକ ମଦନମୋହନ ଦତ୍ତ ସେମାନଙ୍କ ନିକଟରେ ପହଞ୍ଚିଥିଲେ। ଦୀର୍ଘ ସମୟର ଆଲୋଚନା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆସନ୍ତା 3 ଦିନ ଭିତରେ ସେମାନଙ୍କ ଦାବି ପୂରଣ ପାଇଁ ଲିଖିତ ପ୍ରତିଶ୍ରୃତି ଦିଆଯାଇଥିଲା। ଏହା ସହ ଏ ପ୍ରସଙ୍ଗକୁ ବିଧାନସଭାରେ ଉପସ୍ଥାପନ କରିବେ ବୋଲି କହିଛନ୍ତି ବାଲେଶ୍ବର ବିଧାୟକ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details