ଓଡିଶା

odisha

ETV Bharat / state

ଗଣେଶ ପୂଜାରେ ଛାତ୍ରୀଙ୍କୁ ମାଡ, ତାତିଲେ ଛାତ୍ରଛାତ୍ରୀ - କଲେଜ

ଗଣେଶ ପୂଜା ମଜାରେ ବାଧକ ସାଜିଲା କଲେଜ ଉପଅଧ୍ୟକ୍ଷାଙ୍କ ଜୁଲମ । ଯାହାକୁ ବିରୋଧ କରି କଲେଜ ପରିସରରେ ହୋ ହାଲ୍ଲା କଲିବା ସହ ଉପଅଧ୍ୟକ୍ଷାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Sep 2, 2019, 7:44 PM IST

ବାଲେଶ୍ବର: ଗଣେଶ ପୂଜା ମଜାରେ ବାଧକ ସାଜିଲା କଲେଜ ଉପଅଧ୍ୟକ୍ଷାଙ୍କ ଜୁଲମ । ଯାହାକୁ ବିରୋଧ କରି କଲେଜ ପରିସରରେ ହୋ ହାଲ୍ଲା କଲିବା ସହ ଉପାଧ୍ୟକ୍ଷାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ତେବେ ଏ ଦୃଶ୍ୟ ହେଉଛି ଚୁନଭାଟିସ୍ଥିତ କଲେଜ୍‌ ଅଫ୍‌ ବେସିକ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର । ଯେଉଁଠାରେ ପୂଜା ପ୍ରସ୍ତୁତି ମଝିରେ ଜଣେ ଛାତ୍ରୀଙ୍କୁ ମାଡ ମାରି ଫସିଛନ୍ତି କଲେଜ୍‌ର ଉପାଧ୍ୟକ୍ଷା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁଯାୟୀ ସୋମବାର ଗଣେଶ ପୂଜା ଅବସରରେ କଲେଜର ଛାତ୍ରଛାତ୍ରୀମାନେ ବେଶ୍‌ ଉତ୍ସାହର ସହ ଆରମ୍ଭ କରିଥିଲେ ପ୍ରସ୍ତୁତି । ଏନେଇ କଲେଜ ମୁଖ୍ୟଙ୍କ ଅନୁମତି ନେବା ସହ ମନୋରଞ୍ଜନ ପାଇଁ ମ୍ୟୁଜିକ ବକ୍ସର ଆୟୋଜନ ମଧ୍ୟ କରାଯାଇଥିଲା । ହେଲେ ମନୋରଞ୍ଜରେ ଛାତ୍ରଛାତ୍ରୀମାନେ ମସଗୁଲ ଥିବା ସମୟରେ ଏହାକୁ ବିରୋଧ କରି ଜଣେ ଛାତ୍ରୀଙ୍କୁ ସର୍ବସମ୍ମୁଖରେ ମାଡ ମାରିଥିଲେ କଲେଜର ଉପାଧ୍ୟକ୍ଷା ।

ଘଟଣାକୁ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ବିରୋଧ କରିବା ସହ କଲେଜରେ ଉତ୍ତେଜନାମୂଳକ ପରସ୍ଥିତି ସୃଷ୍ଟି ହୋଇଥିଲା । ତେବେ ପୂଜା ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନିମ୍ନମାନର ପ୍ରସାଦ ବଣ୍ଟାଯାଉଥିବା ମଧ୍ୟ ଅଭିଯୋଗ ହୋଇଥିଲା । ତେବେ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଟାଉନ ଥାନା ଆଇଆଇସି ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିଥିଲେ ।

ତେଣେ ଘଟଣାରେ କଲେଜ ଉପଅଧ୍ୟକ୍ଷାଙ୍କୁ ବହିଷ୍କାର ଓ ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ପ୍ରତ୍ୟୁତ୍ତରରେ ପରିସ୍ଥିତି ଏପରି କରିବାକୁ ବାଧ୍ୟ କରିଥିଲା ବୋଲି କହିଛନ୍ତି କଲେଜ ଉପଅଧ୍ୟକ୍ଷା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details