ଓଡିଶା

odisha

ETV Bharat / state

ସ୍କୁଲ ବନ୍ଦ ପ୍ରତିବାଦରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ - ଅଭିଭାବକ ଓ ଛାତ୍ରଛାତ୍ରୀ ବିକ୍ଷୋଭ

ବାଲେଶ୍ବରରେ ବିଭିନ୍ନ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

ସ୍କୁଲ ବନ୍ଦ ପ୍ରତିବାଦରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ସ୍କୁଲ ବନ୍ଦ ପ୍ରତିବାଦରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

By

Published : Feb 25, 2021, 9:30 PM IST

ବାଲେଶ୍ୱର:ଜିଲ୍ଲାର ବିଭିନ୍ନ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ । ଗୁରୁବାର ବହୁ ଅଭିଭାବକ ଓ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସ୍କୁଲ ବନ୍ଦ ହେଲେ ପିଲାମାନେ ଘର ପାଖରେ ଶିକ୍ଷାଦାନ ସୁବିଧାରୁ ବଞ୍ଚିତ ହେବେ ବୋଲି ମତ ପ୍ରକାଶ ପାଇଛି ।

ସ୍କୁଲ ବନ୍ଦ ପ୍ରତିବାଦରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଅଲ ଇଣ୍ଡିଆ ଡିଏସଓ ନେତୃତ୍ୱରେ ବାଲେଶ୍ୱର ଜିଲ୍ଲା ମିଳିତ ସ୍କୁଲ ସୁରକ୍ଷା ସମନ୍ୱୟ କମିଟି ଗଠନ କରାଯାଇ ଆନ୍ଦୋଳନ କରାଯାଉଛି । ଜିଲ୍ଲାର ଭୋଗରାଇ, ବାଲିଆପାଳ, ଜଳେଶ୍ୱର, ବସ୍ତା, ରେମୁଣା, ବାହାନଗା ଆଦି ବ୍ଲକରେ ଏହି ବିରୋଧ କରାଯାଇଛି । ଗୋଟିଏ ପଟେ ସରକାର ସ୍କୁଲରେ ପିଲା ସଂଖ୍ୟା କମ ଥିବା ଦର୍ଶାଇ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଉଥିବାବେଳେ ଅନ୍ୟପଟେ ଅଭିଭାବକମାନେ ସ୍କୁଲ ବନ୍ଦ ନ କରିବା ପାଇଁ ଦାବି କରିଛନ୍ତି । ସରକାରଙ୍କ ଏମିତି ନିଷ୍ପତ୍ତିକୁ ଅଗଣତାନ୍ତ୍ରିକ ବୋଲି କୁହାଯିବା ସହ ରାଜ୍ୟ ସରକାର ଏ ଦିଗରେ ପୁନଃବିଚାର କରିବା ପାଇଁ ଦାବି ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details