ବାଲେଶ୍ବର: ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରିବା ପରେ ସେମାନଙ୍କୁ କୋଭିଡ ଟିକା ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ଵରର କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକା ଦିଆଯାଇଛି। ସହରର ଗାନ୍ଧିସ୍ମୃତି ଭବନରେ ଏଥିପାଇଁ ଟିକାଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ବାଲେଶ୍ବରରେ ସାମ୍ବାଦିକଙ୍କୁ ଦିଆଗଲା କୋଭିଡ ଟିକା
ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ । ବାଲେଶ୍ବରରେ ସାମ୍ବାଦିକଙ୍କୁ ଦିଆଗଲା କୋଭିଡ ଟିକା । ଅଧିକ ପଢନ୍ତୁ...
ସାମ୍ବାଦିକଙ୍କୁ ଦିଆଗଲା କୋଭିଡ ଟିକା
ସାମ୍ବାଦିକମାନେ ନାମ ପଞ୍ଜିକୃତ କରି ଟିକା ନେଇଥିଲେ। 80 ରୁ 90 ଜିଲ୍ଲାସ୍ତରୀୟ ସାମ୍ବାଦିକ ଟିକା ନେଇଥିଲେ। ଏହି ଟୀକାକରଣ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ, ସିଡିଏମଓ ପ୍ରମୁଖ ତଦାରଖ କରିଥିଲେ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ