ବାଲେଶ୍ଵର: ଷ୍ଟେସନରେ ଜଣେ ବ୍ୟକ୍ତିଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ । ବିଳମ୍ବିତ ରାତିରେ 1 ନଂ ପ୍ଲାଟଫର୍ମ ନିକଟରେ ବ୍ୟକ୍ତି ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ ଯାତ୍ରୀ । ପ୍ରଥମେ ଗୁରୁତର ଅବସ୍ଥାରେ ଜିଆରପି ପୋଲିସ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି । ପରେ ମେଡିକାଲରେ ଭର୍ତ୍ତି କରିଛି ।
ବାଲେଶ୍ବର ଷ୍ଟେସନରେ ଛୁରାମାଡ଼ - ଉଦ୍ଧାର କଲା ଜିଆରପି
ବାଲେଶ୍ବର ଷ୍ଟେସନର 1 ନଂ ପ୍ଲାଟଫର୍ମରେ ଛୁରାମାଡ଼ । ଛୁରାମାଡ଼ରେ ଆହତ ବ୍ୟକ୍ତିକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଛି ଜିଆରପି ।
ଡ଼ିଜାଇନ ଫଟୋ
ଗୁରୁତର ବ୍ୟକ୍ତି ଜଣଙ୍କ ଗୋଧିବସା ଅଞ୍ଚଳର ରାଜେଶ ମୁର୍ମୁ ବୋଲି ଜଣାପଡିଛି । ତେବେ ଘଟଣା ଘଟିବା ସମୟରେ ରାଜେଶଙ୍କ ପାଖରେ ତାଙ୍କର 2 ନାବାଳକ ପୁଅ ଥିଲେ । ସେପଟେ ଛୁରାମାଡ଼ର ପ୍ରକୃତ କାରଣ ଜଣାପଡିନାହିଁ । କିଏ ଓ କାହିଁକି ରେଜେଶଙ୍କୁ ଛୁରା ମାଡ଼ କରିଛି ଘଟମାର ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।
ବାଲେଶ୍ଵରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ