ଓଡିଶା

odisha

ETV Bharat / state

ଦାରିଦ୍ର୍ୟ ଆଗରେ ହାରିଗଲା 4 ବର୍ଷର ପୁଅ - son dead for not proper treatment

ବାଲେଶ୍ଵର ଔପଦା ବ୍ଲକ ହାତିଖୁଲିଆ ଗ୍ରାମରେ ଅଭାବନୀୟ ଘଟଣା । ଗ୍ରାମର କୁନି ସିଂଙ୍କ 4 ବର୍ଷର ଶିଶୁପୁତ୍ରକୁ ରକ୍ତହୀନତା ରୋଗ ହୋଇଥିଲା । ଟଙ୍କା ଅଭାବରୁ ନିଜ ପୁଅକୁ ବାଲେଶ୍ଵର ନେଇ ପାରି ନଥିଲେ। ଶେଷରେ ଜୀବନ ହାରିଲା ପୁଅ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଦାରିଦ୍ରତା ଆଗରେ ହାରିଗଲା 4 ବର୍ଷର ପୁଅ
ଦାରିଦ୍ରତା ଆଗରେ ହାରିଗଲା 4 ବର୍ଷର ପୁଅ

By

Published : Jan 17, 2020, 3:06 PM IST

Updated : Jan 17, 2020, 6:58 PM IST

ବାଲେଶ୍ବର: କୋଳରେ 4 ବର୍ଷର ପୁଅ। ପୁଅକୁ ଅଜାଡି ଦେବାକୁ ଚାହୁଁଚି ଅଜସ୍ର ସ୍ନେହ । ମାତ୍ର ପୁଅ ହାରି ସାରିଛି ଜୀବନ। ଅସହାୟ ମାଆ ଆଜି ଦରିଦ୍ରତା ପାଇଁ ନିଜ ମମତାକୁ ଧିକ୍କାର କରୁଛି। କାହାକୁ ଦୋଷ ଦେବ, ସରକାରୀ ବ୍ୟବସ୍ଥା ନା ନିଜର ଅସହାୟତାକୁ। ଅଧା ବାଟରେ ସ୍ବାମୀ ହାତ ଛାଡି ଚାଲିଗଲା ପରେ ପୁଅ ମୁହଁକୁ ଚାହିଁ ବଞ୍ଚୁଥିଲା ମାଆ। ହେଲେ ଆଜି ନିୟତିର ନିଷ୍ଠୁରତା ପାଇଁ ଜୀବନ ବାଜିରେ ହାରି ଯାଇଛି ମାର ମମତା। ଏମିତି ଏକ କୋହଭରା ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ହାତିଖୁଲିଆ ଗ୍ରାମରେ।

ଦାରିଦ୍ର୍ୟ ଆଗରେ ହାରିଗଲା 4 ବର୍ଷର ପୁଅ


ମିଳିଥିବା ସୂଚନା ଅନୁସାରେ, ଗ୍ରାମର କୁନି ସିଂଙ୍କ 4 ବର୍ଷର ଶିଶୁପୁତ୍ରକୁ 3ଦିନ ଧରି ଜ୍ଵର ଲାଗି ରହିଥିଲା। ପାଖରେ ଟଙ୍କା ନଥିବାରୁ ପୁଅର ଚିକିତ୍ସା କରାଇବା ପାଇଁ ଅସମର୍ଥ ହୋଇଥିଲେ କୁନି। ଜ୍ବର ବଢିବାରୁ ଶେଷରେ କୁନି ନିଜ ପୁଅକୁ ସୋର ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ରକ୍ତ ହୀନତା ଦେଖା ଦେଇଥିବାରୁ ତୁରନ୍ତ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ନେବା ପାଇଁ ପରାମର୍ଶ ଦେଇଥିଲେ। ମାତ୍ର କୁନିଙ୍କ ପାଖରେ ଟଙ୍କା ପଇସା ନଥିବାରୁ ସେ ପୁଅକୁ ବାଲେଶ୍ଵର ନେଇ ପାରି ନଥିଲେ।


ଶେଷରେ ଚିକିତ୍ସା ସୁବିଧା ନପାଇ ଶିଶୁପୁତ୍ର ଆଖି ବୁଝିଥିଲା । ପୁଅର ମୃତଦେହ ଘରକୁ ନେବା ପାଇଁ କୁନିଙ୍କ ପାଖରେ ପଇସା ନଥିବାରୁ ଜୈନିକ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପରେ ଆମ୍ବୁଲାନ୍ସ କୁନିଙ୍କୁ ଘରେ ଛାଡିଥିଲା। ଏଠି ଦୋଷ କାହାର ? ଗରିବ ମାଆର, ନା ଏ ବ୍ୟବସ୍ଥାର, ନା ସୋର ମେଡିକାଲରେ ଥିବା ଅଚଳ ରକ୍ତ ଭଣ୍ଡାରର ? ଏଠି ପ୍ରଶ୍ନ ଉଠୁଛି, ମୋ ସରକାର ନାରା ଦେଉଥିବା ସରକାରଙ୍କ ସବୁ ଯୋଜନା କ'ଣ ଗରିବଙ୍କ ପାଇଁ ଅପହଞ୍ଚ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jan 17, 2020, 6:58 PM IST

ABOUT THE AUTHOR

...view details