ଓଡିଶା

odisha

By

Published : Aug 11, 2019, 4:45 PM IST

ETV Bharat / state

ମା’ ପାଇଁ ପୁଅ ସାଜିଲା ହତ୍ୟାକାରୀ

ଜାମୁଡିହା ପଞ୍ଚାୟତ କେସୁରା ଗ୍ରାମରେ ଯୁବକଙ୍କୁ ଗଳା କାଟି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଧରାପଡିଥିବା ବାଲେଶ୍ୱର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପୋଲିସ ଘଟଣାସ୍ଥଳକୁ ଯାଇ ମାରଣାସ୍ତ୍ରକୁ ଏକ ପୋଖରୀରୁ ଉଦ୍ଧାର କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ଵର: ନୀଳଗିରି ଥାନା ଅଧିନ ଜାମୁଡିହା ପଞ୍ଚାୟତ କେସୁରା ଗ୍ରାମରେ ଯୁବକଙ୍କୁ ଗଳା କାଟି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଧରାପଡିଛି । ଏନେଇ ବାଲେଶ୍ୱର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ହତ୍ୟାକାରୀ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ଶୁକ୍ରବାର ମଧ୍ୟ ରାତ୍ରରେ ମୃତକଙ୍କ ଘରେ ପସି ଧାରୁଆ ଅସ୍ତ୍ରରେ ହାଣିବା ସହ ଗୁପ୍ତାଙ୍ଗ କାଟିଥିଲା ଦୁବୃର୍ତ୍ତ । ମୁଖ୍ୟ ଅଭିଯୁକ୍ତ ସେହି ଗ୍ରାମର ନିରଞ୍ଜନ ରାଉତଙ୍କ ପୁଅ ଗୌରୀ ଶଙ୍କର ରାଉତ ବୋଲି ଜଣା ପଡିଛି । ମୃତକ ବିଜୟ କୁମାର ସିଂହଙ୍କ ଗୌରୀ ଶଙ୍କରର ମା’ଙ୍କ ସହିତ ଅବୈଧ ସମ୍ପର୍କ ଥିବା ସେ ସନ୍ଦେହ କରି ହତ୍ୟାକାଣ୍ଡ ଘଟାଇ ଥିଲା । ଶୁକ୍ରବାର ରାତିରେ ମା’ ଘରେ ନଥିବା ଦେଖିବାକୁ ପାଇ ସନ୍ଦେହରେ ସେ ବିଜୟ ଶଙ୍କରଙ୍କ ଘରକୁ ଯାଇଥିଲା । ପରେ ମା’ ବିଜୟଙ୍କ ଘରୁ ବାହାରି ଥିବାର ଦେଖି ଗୌରୀ ବିଚଳିତ ହୋଇ ପଡିଥିଲେ । ମାନସିକ ଭାରସାମ୍ୟ ହରାଇ ଏକ ଭୁଜାଲି ଓ କଟୁରିରେ ତାଙ୍କ ଘର ପଛ ଦେଇ ଯାଇ ବିଜୟଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଏପରିକି ରାଗରେ ବିଜୟଙ୍କ ଗୁପ୍ତାଙ୍ଗକୁ ମଧ୍ୟ କାଟିଦେଇଥିଲେ ଗୌରୀ ।

ସନ୍ଦେହରେ ପୋଲିସ ଗୌରୀଶଙ୍କରଙ୍କୁ ଅଟକ ରଖିବାପରେ ଶନିବାର ସେ ସମସ୍ତ ଘଟଣା ସ୍ୱୀକାର କରିଥିଲା । ରବିବାର ପୋଲିସ ଘଟଣା ସ୍ଥଳକୁ ଯାଇ ମାରଣାସ୍ତ୍ରକୁ ଏକ ପୋଖରୀରୁ ଉଦ୍ଧାର କରିଛି । ଏନେଇ ଗୌରୀଶଙ୍କର ଅନୁତପ୍ତ ନଥିବା କହିଛି । ଏଭଳି ଘଟଣାକୁ ନେଇ ବାଲେଶ୍ଵର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ହତ୍ୟା ଘଟଣାର ୨୪ ଘଣ୍ଟା ଭିତରେ ଅଭିଯୁକ୍ତ ଧରାପଡିଥିବା କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details