ବାଲେଶ୍ୱର:ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧିନ ସାନଦହପଡ଼ା ଗ୍ରାମରେ ଜଣେ ଡେଲିଭରୀ ବଏକୁ କିଛି ଯୁବକ ମାଡ଼ ମାରିବା ସହ ଗ୍ରାମବାସୀଙ୍କ ସହ ମୁହାଁମୁହାଁ ହୋଇଛନ୍ତି ।
ଡେଲିଭରୀ ବଏକୁ ଘରୁ ଘୋଷାଡି ପିଟିଲେ ଦୁର୍ବୃତ୍ତ, ଦୁଇ ଗାଁ ମୁହାଁମୁହିଁ - ସହଦେବଖୁଣ୍ଟା ଥାନା ଡେଲିଭରି ବୟ ଆକ୍ରମଣ
ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧିନ ସାନଦହପଡ଼ା ଗ୍ରାମରେ ଜଣେ ଡେଲିଭରୀ ବଏକୁ କିଛି ଯୁବକ ମାଡ଼ ମାରିବା ସହ ଗ୍ରାମବାସୀଙ୍କ ସହ ମାରପିଟ ଘଟଣା ଥାନାରେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...
ଡେଲିଭରି ବୟ ସହ ଗାଁ ଲୋକଙ୍କୁ ଆକ୍ରମଣ କଲେ କିଛି ଯୁବକ
ଏଭଳି ଘଟଣା କଣ୍ଟାବଣିଆ ଓ ସାନଦହପଡ଼ା ଗ୍ରାମ ଭିତରେ ଉପୁଜିଥିବା ବେଳେ କଣ୍ଟାବଣିଆ ଗ୍ରାମର ଯୁବକଙ୍କ ଆକ୍ରମଣରେ ସାନଦହପଡ଼ା ଗାଁର ୫ରୁ ଅଧିକ ବ୍ୟକ୍ତି ଗୁରୁତର ଆହତ ହୋଇ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ପୋଲିସ ମୁତୟନ କରାଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ