ବାଲେଶ୍ବର: ବାଲିଗୋଡି ପକାଇ ରାସ୍ତା ମରାମତି କଲା ସ୍ବେଚ୍ଛାସେବା ସଂଗଠନ । ବାଲେଶ୍ବର ଜିଲ୍ଲା ସୋର ବସ ଷ୍ଟାଣ୍ଡରୁ ଓହ୍ଲାଇ ଲୋକମାନେ କାଦୁଅ ରାସ୍ତାରେ ଯାତାୟତ କରୁଥିଲେ । ଏପରିକି ସାଧାରଣ ଲୋକେ ଯାତାୟତ କରିବାକୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଯାହାକୁ ନେଇ ଅନେକ ଥର ପ୍ରଶାସନ ପାଖରେ ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ଶେଷରେ ସୋର ଅଞ୍ଚଳର ସାମାଜିକ ସଂଗଠନ ଆଦର୍ଶ ଯୁବ ପରିଷଦ ରାସ୍ତାରେ ବାଲିଗୁଡି ପକାଇ ମରାମତି କରିଥିବା ଦେଖିବାକୁ ମିଳିଛି।
ସୂଚନା ମୁତାବକ, ଏହି ରାସ୍ତାଟି ଔପଦା ଏବଂ ଖିରାର ଟ୍ରାକ୍ଟର ଷ୍ଟାଣ୍ଡ ହୋଇଥିବା ବେଳେ ଜାତୀୟ ରାଜପଥରୁ ବସରୁ ଓହ୍ଲାଇ ଯାତ୍ରୀମାନେ ଚାଲିକି ଯିବା ଆସିବା କରନ୍ତି । ହେଲେ ବର୍ଷାରେ ମାଟି ଧୋଇ ଯାଇ କାଦୁଅ ବଳ ଜମାଟ ବାନ୍ଧି ରହିଥିଲା। ଫଳରେ ଏହି ରାସ୍ତାଟି ଯାତ୍ରୀମାନଙ୍କ ପାଇଁ ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ ପାଣି କାଦୁଅରେ ଯାତାୟତ କରିଥାନ୍ତି । ସେହିପରି ଏହି ରାସ୍ତା ଦେଇ ଶହ ଶହ ଜନସାଧାରଣ ବାଇକ, ଟ୍ରାକ୍ଟର, ଅଟୋ ଆଦି ଯାତାୟାତ କରନ୍ତି । ଏହି ବିପଦ ସଂକୁଳ ରାସ୍ତାରେ ବହୁବାର ଜନସାଧାରଣ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢନ୍ତୁ- ନିଜସ୍ୱ ଉଦ୍ୟମରେ ରାସ୍ତା ମରାମତି କରୁଛନ୍ତି ଗ୍ରାମବାସୀ, ସମୀରଙ୍କୁ ଶିଳାନ୍ୟାସ କରାଇ ଦେଇନଥିଲେ