ଓଡିଶା

odisha

By

Published : Aug 16, 2023, 1:30 PM IST

Updated : Aug 16, 2023, 2:47 PM IST

ETV Bharat / state

ବାଲେଶ୍ବରରେ ସାପ ବିଷ ବେପାର; 29 ସାପ ଜବତ, ୩ ଅଟକ

ବାଲେଶ୍ବରରେ ସାପ ବିଷ ଚୋରା ଚାଲାଣ ମାମଲା । ଚଢାଉ କରି ୩ ଜଣଙ୍କୁ ଅଟକ ରଖିଲା ବନ ବିଭାଗ । ଅଧିକ ପଢନ୍ତୁ

ବାଲେଶ୍ବରରେ ସାପ ବିଷ ବେପାର
ବାଲେଶ୍ବରରେ ସାପ ବିଷ ବେପାର

ବାଲେଶ୍ବରରେ ସାପ ବିଷ ବେପାର

ବାଲେଶ୍ବର:ଗଞ୍ଜେଇ କି ମଦ ନୁହେଁ,ସାପ ବିଷକୁ ନେଇ ଚାଲୁଛି ବେପାର । ବାହାର ରାଜ୍ୟକୁ ସାପ ବିଷ ଚାଲାଣ କରି ଟଙ୍କା କମାଉଛନ୍ତି ବେପାରୀ । ପୁରୁଷଙ୍କ ସହ ମହିଳା ମଧ୍ୟ ଏହି ସାପ ବିଷ କାରବାରରେ ସାମିଲ ରହୁଛନ୍ତି । ଏମିତି କିଛି ଘଟଣା ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲାରୁ । ବାଲିଆପାଳ ଥାନା ଅଧିନ ପଞ୍ଚୁପାଲି ଅଞ୍ଚଳରେ ବନ ବିଭାଗ ଚଢାଉ କରି ୨୯ଟି ଅଧିକ ବିଷାକ୍ତ ସାପ ଜବତ କରିବା ସହିତ ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି । ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ଥିବା ସୂଚନା ମିଳିଛି । ଏମାନେ ବିଭିନ୍ନ ସ୍ଥାନରୁ ସାପ ଧରି ତା'ର ବିଷ ବିକ୍ରି କରୁଥିଲେ । ବାହାର ରାଜ୍ୟକୁ ମଧ୍ୟ ବିଷ ଚାଲାଣ କରୁଥିବା ଅଭିଯୋଗ ରହିଛି ।

ସୂଚନା ଅନୁଯାୟୀ, ଗାଁ ଗହଳିରୁ ବିଷଧର ସାପ ଧରି ତା'ର ବିଷ ବିକ୍ରି କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା । ବିଷଧର ସାପ ଗୁଡିକୁ ବନ ବିଭାଗ ଜଙ୍ଗଲରେ ଛାଡିବାକୁ ନିୟମ ରହିଛି । ହେଲେ ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅଧିନ ପଞ୍ଚୁପାଲି ଅଞ୍ଚଳରେ କିଛି ବ୍ୟକ୍ତି ବିଷଧର ସାପ ଧରି ସେସବୁ ପେଡିରେ ରଖିଥିଲେ । ଏନେଇ ଚାନ୍ଦିପୁର ବନବିଭାଗ ଖବର ପାଇ ପଞ୍ଚୁପାଲି ଗାଁରେ ଚଢାଉ କରିଥିଲା । ଚଢାଉ ବେଳେ ଗୋଟିଏ ଘରୁ ବନ ବିଭାଗ ୨୯ରୁ ଅଧିକ ସାପ ଜବତ କରିଥିଲା । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଅଟକ ରଖାଯାଇଛି ।

ଏହାମଧ୍ୟ ପଢନ୍ତୁ: ଓଡିଶାରୁ ବିଦେଶ ଯାଏଁ ଲମ୍ବିଛି ସାପ ବିଷ ତସ୍କରି, କ୍ରାଇମବ୍ରାଞ୍ଚ ଆରମ୍ଭ କଲା ତଦନ୍ତ

ଅଭିଯୁକ୍ତମାନେ ସାପ ଗୁଡିକର ବିଷ ବାହାର କରି ଏହାକୁ ବିକ୍ରି କରୁଥିଲେ । ରାଜ୍ୟ ବାହାରକୁ ଏହି ରାକେଟର ଚେର ଲମ୍ବିଥିବା ସନ୍ଦେହ କରାଯାଉଛି । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ୩ ଜଣଙ୍କୁ ପଚରାଉଚରା କରାଯାଉଛି । ତେବେ ଏତେ ଗୁଡାଏ ବିଷଧର ସାପ ଏମାନଙ୍କ ନିକଟକୁ କେମିତି ଆସିଲା ଏବଂ ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି ସେନେଇ ବନ ବିଭାଗ ଖୋଳତାଡ ଆରମ୍ଭ କରିଛି । ତେବେ ପୂର୍ବରୁ ମଧ୍ୟ ଭୁବନେଶ୍ବରରୁ ସାପ ବିଷ ଜବତ ହୋଇଥିଲା । ଓଡ଼ିଶା ମାର୍କେଟରେ ସାପ ବିଷ ତସ୍କରୀ ଘଟଣା ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା ।

ଇଟିଭି ଭାରତ, ବାଲେଶ୍ବର

Last Updated : Aug 16, 2023, 2:47 PM IST

ABOUT THE AUTHOR

...view details