ଓଡିଶା

odisha

ETV Bharat / state

ତେଲ ଟ୍ୟାଙ୍କରରେ ଚାଲିଛି କେନ୍ଦୁପତ୍ର ଚାଲାଣ, ଡ୍ରାଇଭର ଫେରାର

ବାଲେଶ୍ବରରେ ତେଲ ଟ୍ୟାଙ୍କରରେ ଦୀର୍ଘଦିନ ହେବ ଚାଲାଣ ହେଉଛି କେନ୍ଦୁପତ୍ର । ମାଫିଆମାନେ ଜିଲ୍ଲାରେ ବେଧଡ଼କ କେନ୍ଦୁପତ୍ର ବ୍ୟବସାୟ କରୁଥିବାବେଳେ ବୁଧବାର ପୋଲିସ ହାତରେ ଧରାପଡିଛି ବେଆଇନ କେନ୍ଦୁପତ୍ର ଚାଲାଣ ହେଉଥିବା ଏକ ତେଲ ଟ୍ୟାଙ୍କର ।

By

Published : Aug 28, 2019, 7:24 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ତେଲ ଟ୍ୟାଙ୍କରରେ କେନ୍ଦୁପତ୍ର ଚାଲାଣ ବେଳେ ବାନ୍ଧିନେଲା ପୋଲିସ । ବାଲେଶ୍ବର ଜିଲ୍ଲା ସୋର ପୋଲିସ ଓ ବନ ବିଭାଗ ମିଳିତ ଚଡାଉ କରି ତେଲ ଟ୍ୟାଙ୍କରଟିକୁ ଧରିବାରେ ସଫଳ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଭଦ୍ରକରୁ ବାଲେଶ୍ବର ଯାଉଥିବା ବେଳେ ବାରିକପୁର ନିକଟରେ ପୋଲିସ ଚଢ଼ାଉ କରି ତେଲ ଟ୍ୟାଙ୍କରଟିକୁ ଧରିବାରେ ସଫଳ ହୋଇଛି । ତେବେ ଘଟଣାସ୍ଥଳରୁ ତେଲ ଟ୍ୟାଙ୍କର ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି ।

ସୂଚନାଯୋଗ୍ୟ, ତେଲ ଟ୍ୟାଙ୍କର ମାଧ୍ୟମରେ ଦୀର୍ଘ ଦିନ ହେବ କେନ୍ଦୁପତ୍ର ମାଫିଆମାନେ ବାଲେଶ୍ବର ଜିଲ୍ଲାରେ ବେଧଡ଼କ କେନ୍ଦୁପତ୍ର ବ୍ୟବସାୟ କରୁଥିଲେ । ଏନେଇ ଅଭିଯୋଗ ହେବା ପରେ ପୋଲିସ ବୁଧବାର ପୂର୍ବପ୍ରସ୍ତୁତି ମୁତାବକ ଚଢ଼ାଉ କରି ଗିରଫ କରିବାରେ ସଫଳ ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details