ଓଡିଶା

odisha

ETV Bharat / state

ଭାଇ ମୃତ୍ୟୁକୁ ହତ୍ୟା ଦର୍ଶାଇ ଭଉଣୀ ମାଗୁଛି ନ୍ୟାୟ

ଭାଇ ମୃତ୍ୟୁର ନ୍ୟାୟ ପାଇଁ ଭଉଣୀ ଥାନାର ଦ୍ବାରସ୍ଥ ହୋଇଛନ୍ତି । ସୁଚିସ୍ମିତାଙ୍କ ଭାଇ ଇନ୍ଦୁଭୂଷଣ ମହାଳିକଙ୍କ ଭୁବନେଶ୍ବରରେ ମୃତ୍ୟୁ ହୋଇଥିବା ବେଳେ ଏନେଇ ସହିଦନଗର ପୋଲିସ ଷ୍ଟେସନରେ କେସ୍ ନମ୍ବର ୩୩/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ

By

Published : May 14, 2022, 10:11 PM IST

ଭାଇର ମୃତ୍ୟୁକୁ ହତ୍ୟା ଦର୍ଶାଇ ଭଉଣୀ ମାଗୁଛି ନ୍ୟାୟ
ଭାଇର ମୃତ୍ୟୁକୁ ହତ୍ୟା ଦର୍ଶାଇ ଭଉଣୀ ମାଗୁଛି ନ୍ୟାୟ

ବାଲେଶ୍ବର: ଭାଇ ମୃତ୍ୟୁର ନ୍ୟାୟ ପାଇଁ ଭଉଣୀ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଭଉଣୀ ସୁଚିସ୍ମିତା ମହାଳିକ(୨୨) ସଦର ଥାନାରେ ପହଞ୍ଚି ନ୍ୟାୟ ପାଇଁ ନିବେଦନ କରିଥିଲେ । ତେବେ ସୁଚିସ୍ମିତାଙ୍କ ଭାଇ ଇନ୍ଦୁଭୂଷଣ ମହାଳିକଙ୍କ ଭୁବନେଶ୍ବରରେ ମୃତ୍ୟୁ ହୋଇଥିବା ବେଳେ ଏନେଇ ସହିଦନଗର ପୋଲିସ ଷ୍ଟେସନରେ କେସ୍ ନମ୍ବର ୩୩/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ, ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଖରାସାହାପୁରର ଇନ୍ଦୁଭୂଷଣ ମହାଳିକ ବାସୁଦେବପୁରର ସ୍ବାଗତିକା ନାୟକଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ଦୁହେଁ ବାଲେଶ୍ବର ସହର ସଦର ଥାନା ଅନ୍ତର୍ଗତ ସତ୍ୟନଗର କରଞ୍ଜିଆରେ ଭଡାରେ ରହୁଥିଲେ । ଗତ ଏପ୍ରିଲ ୨୯ ତାରିଖ ଦିନ ଇନ୍ଦୁଭୂଷଣଙ୍କ ପରିବାର ଖବର ପାଇଲେ ଯେ, ଇନ୍ଦୁଭୂଷଣ ବିଷ ପିଇଥିବା କାରଣରୁ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ପରବର୍ତ୍ତି ସମୟରେ ଟଙ୍କା ଯୋଗାଡ କରି ପରିବାର ଲୋକ ଇନ୍ଦୁଭୂଷଣଙ୍କ ନିକଟରେ ପହଞ୍ଚିଥିଲେ । ସେତେବେଳେ ଇନ୍ଦୁଭୂଷଣ ପାଖରେ ତାଙ୍କ ଶାଶୁ ଶଶୁର ଏବଂ ସ୍ତ୍ରୀ ଉପସ୍ଥିତ ଥିଲେ ।

ମାତ୍ର ଇନ୍ଦୁଭୂଷଣ ପରିବାର ଲୋକଙ୍କୁ ସେମାନେ ଇନ୍ଦୁଭୂଷଣଙ୍କୁ ଦେଖାକରିବାକୁ ଦେଇନଥିଲେ ବୋଲି ଅଭିଯୋଗ ହୋଇଛି । ମେ ମାସ ୫ ତାରିଖରେ ଇନ୍ଦୁଭୂଷଣଙ୍କ ପରିବାର ଲୋକ ଜାଣିବାକୁ ପାଇଥିଲେ ଯେ, ଇନ୍ଦୁଭୂଷଣଙ୍କ ମୃତ୍ୟୁ ହୋଇଯାଇଛି । ତେବେ ଏପରି ଘଟଣାରେ ଇନ୍ଦୁଭୂଷଣଙ୍କ ପରିବାର ଲୋକ ଶାଶୁ, ଶଶୁର ଏବଂ ସ୍ତ୍ରୀଙ୍କୁ ଦୋଷୀ ବୋଲି ଅଭିଯୋଗ କରିଛନ୍ତି ଏବଂ ତାଙ୍କୁ ଜୋରଜବରଦସ୍ତି ବିଷ ପିଆଇଥିବା ସନ୍ଦେହ କରିଛନ୍ତି । ଏନେଇ ଉଚିତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଭଉଣୀ ଦାବି କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details