ଓଡିଶା

odisha

ETV Bharat / state

ଗ୍ରାହକ ଅମାନିଆ ହେଲେ ତଣ୍ଡ ଗଣିବେ ଦୋକାନୀ - corona virus

ବର୍ତ୍ତମାନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ବିଭିନ୍ନ ଦିଗପ୍ରତି ନଜର ଦେଉଛି। ସମସ୍ତ ଦୋକାନ ଗୁଡିକରେ କୋଭିଡ ନିୟମ ପାଳନ କରିବା ପାଇଁ କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ସୋମବାର ଠାରୁ ଦୋକାନୀମାନେ ଗ୍ରାହକମାନଙ୍କୁ ସଚେତନ କରାଇବେ।

ଗ୍ରାହକ ଅମାନିଆ ହେଲେ ତଣ୍ଡ ଗଣିବେ ଦୋକାନୀ
ଗ୍ରାହକ ଅମାନିଆ ହେଲେ ତଣ୍ଡ ଗଣିବେ ଦୋକାନୀ

By

Published : Jul 10, 2020, 2:27 PM IST

Updated : Jul 10, 2020, 4:24 PM IST

ବାଲେଶ୍ବର: ବର୍ତ୍ତମାନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ବିଭିନ୍ନ ଦିଗପ୍ରତି ନଜର ଦେଉଛି। ବାଲେଶ୍ଵର ସହରରେ ଟ୍ରାଫିକ ପୋଲିସ ପକ୍ଷରୁ ବିଭିନ୍ନ ଦୋକାନ ବୁଲି ଦୋକାନିମାନଙ୍କୁ ଗହଳି ନକରିବା ଓ ଦୁଇଜଣରୁ ଉର୍ଦ୍ଧ୍ଵ ଲୋକଙ୍କୁ ଦୋକାନ ଭିତରକୁ ନା ଛାଡିବା ନେଇ ପରାମର୍ଶ ଦିଆଯାଇଛି।

ଗ୍ରାହକ ଅମାନିଆ ହେଲେ ତଣ୍ଡ ଗଣିବେ ଦୋକାନୀ

ଏହାସହ ସାମାଜିକ ଦୂରତା, ମାସ୍କ, ସାନିଟାଇଜର ବ୍ୟବହାର ନେଇ ଦୋକାନୀ ମାନଙ୍କୁ ନିର୍ଦେଶ ଦିଆଯାଇଛି। ଅନଲକ ଆରମ୍ଭ ଠାରୁ ବାଲେଶ୍ଵରର ବିଭିନ୍ନ ଦୋକାନରେ ଗହଳି ଜମିବା ସହ ଲୋକମାନେ ସାମାଜିକ ଦୁରତାକୁ ଭୁଲି ଯାଇଥିଲେ। ଗୋଷ୍ଠୀ ସଂକ୍ରମଣ ପୂର୍ବରୁ ସଚେତନ ଓ ସତର୍କ ନରହିଲେ କୋରୋନାକୁ ରୋକି ହେବ ନାହିଁ ବୋଲି ପ୍ରଶାସନ ଚିନ୍ତା କରି ଏମିତି ପଦକ୍ଷେପ ନେଉଛି।

ସମସ୍ତ ଦୋକାନ ଗୁଡିକରେ କୋଭିଡ ନିୟମ ପାଳନ କରିବା ପାଇଁ କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ସୋମବାର ଠାରୁ ଦୋକାନୀମାନେ ଗ୍ରାହକମାନଙ୍କୁ ସଚେତନ କରାଇବା ସହ କୋଭିଡ ଗାଇଡ଼ଲାଇନ ପାଳନ ନକଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁ ଦୋକାନୀ ବିରୋଧରେ କୋଭିଡ ନିୟମ ଉଲଂଘନ ଅଭିଯୋଗ ନଜରକୁ ଆସିବ ଉକ୍ତ ଦୋକାନ ସିଲ କରାଯିବା ସହ ଫାଇନ ମଧ୍ୟ ଆଦାୟ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jul 10, 2020, 4:24 PM IST

ABOUT THE AUTHOR

...view details