ବାଲେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ବାଲେଶ୍ବରରେ ପ୍ରଶାସନ ପ୍ରସ୍ତୁତ ରହିଥିବା ବେଳେ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ପ୍ରଭାବିତ ରହିବା ଆରମ୍ଭ କରିଛନ୍ତି ।
ବାଲେଶ୍ବରରେ ପ୍ରସ୍ତୁତ ବାତ୍ୟା ଆଶ୍ରୟସ୍ଥଳୀ
ସମ୍ଭାବ୍ୟ ବାତ୍ୟାକୁ ନେଇ ବାଲେଶ୍ବରରେ ପ୍ରଶାସନ ପ୍ରସ୍ତୁତ ରହିଥିବା ବେଳେ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଲୋକମାନେ ରହିବା ଆରମ୍ଭ କରିଛନ୍ତି ।
ବାଲେଶ୍ବରରେ ପ୍ରସ୍ତୁତ ବାତ୍ୟା ଆଶ୍ରୟସ୍ଥଳୀ
ପବନର ବେଗ ବଢିବା ସହ ବର୍ଷାର ପ୍ରକୋପ ମଧ୍ୟ ଦେଖିବାକୁ ମିଳିଛି । ବାତ୍ୟା ଆଶ୍ରୟସ୍ଥଳି ଗୁଡିକରେ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀରେ ପଞ୍ଚାୟତର ସ୍ବେଛାସେବୀମାନେ କାର୍ଯ୍ୟରେ ଲାଗିଥିବା ଦେଖିବାକୁ ମିଳିଛି । ଉପକୂଳ ଅଞ୍ଚଳର ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଅନ୍ୟପଟେ ଆଶ୍ରୟସ୍ଥଳୀ ଗୁଡିକରେ ସାମାଜିକ ଦୂରତା ସହିତ ମାସ୍କ ବ୍ୟବସ୍ଥା କରାଯାଇଛି । କରୋନା ପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ