ବାଲେଶ୍ବର:ଚନ୍ଦନେଶ୍ଵର ୟୁନିଅନ ବ୍ୟାଙ୍କରୁ ବନ୍ଧୁକ ଦେଖାଇ ଲୁଟ ଘଟଣା । ଆନ୍ତରାଜ୍ୟ ଡକାୟତ ଗ୍ୟାଙ୍ଗକୁ କାବୁକଲା ପୋଲିସ । ଗ୍ୟାଙ୍ଗର 6 ଜଣ ଲୁଟେରାଙ୍କୁ ଗିରଫ କରାଯାଇଛି । ଲୁଟର ତିନି ମାସ ପରେ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଏହି ଡକାୟତି ଘଟଣାରେ ଆହୁରି 5 ଜଣଙ୍କ ସଂପୃକ୍ତି ରହିଥିବା ପୋଲିସ ଜାଣିବାକୁ ପାଇଛି । ଖୁବ୍ଶୀଘ୍ର ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଗିରଫ କରାଯିବ ବୋଲି ବାଲେଶ୍ଵର ଏସପି କହିଛନ୍ତି । ଗିରଫ ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗର ବୋଲି ଜଣା ପଡିଛି ।
ଏହା ମଧ୍ୟ ପଢନ୍ତୁ-ସହରରେ ବୁଲୁଛନ୍ତି ପେସାଦାର ଲୁଟେରା, ସ୍ପଷ୍ଟ ଦିବାଲୋକରେ ଡାକ୍ତର ଦମ୍ପତିଙ୍କ ଘରୁ ଲୁଟିଲେ
ଗତ ଏପ୍ରିଲ ମାସ 26 ତାରିଖରେ ତାଳସାରି ଥାନା ଅନ୍ତର୍ଗତ ଚନ୍ଦନେଶ୍ଵର ୟୁନିଅନ ବ୍ୟାଙ୍କରୁ ଦିନ ଦ୍ବିପ୍ରହରରେ ବନ୍ଧୁକ ଦେଖାଇ ଡକାୟତି କରିଥିଲେ ଲୁଟେରା ଗ୍ୟାଙ୍ଗ । 600 ପ୍ୟାକେଟ୍ ସୁନା ଅଳଙ୍କାର ସହ 45 ଲକ୍ଷ 52 ହଜାର 910 ଟଙ୍କା ଲୁଟି ନେଇଥିଲେ । ଏହି ଲୁଟ ଘଟଣାର ପର୍ଦ୍ଦାଫାଶ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବା ସହ ପୋଲିସ ପଶ୍ଚିମବଙ୍ଗର ବିଭିନ୍ନ ଉପାନ୍ତ ଅଞ୍ଚଳକୁ ଯାଇ ତଦନ୍ତ କରିଥିଲା । ସେମାନଙ୍କଠାରୁ 3ଟି ପିସ୍ତଲ, 4ଟି ବାଇକ୍, 9ଟି ମୋବାଇଲ ସମେତ 6 ଲକ୍ଷ ଟଙ୍କା ଓ 300 ଗ୍ରାମ ସୁନା ଜବତ କରାଯାଇଛି । ଯାହାର ମୂଲ୍ୟ 15 ଲକ୍ଷ ଟଙ୍କା ହେବା ନେଇ ପୋଲିସ ସୂଚନା ଦେଇଛନ୍ତି । ମୋଟ 5 କେଜିରୁ ଅଧିକ ସୁନା ଅଳଙ୍କାର ବ୍ୟାଙ୍କରୁ ଏହି ଡକାୟତମାନେ ଲୁଟ କରିଥିଲେ ।