ବାଲେଶ୍ବର: ମାତିଛନ୍ତି ଲୁଟେରା । ଗୋଟିଏ ରାତିରେ ଜିଲ୍ଲାରେ ସିରିଜ ଲୁଟ । ପ୍ରଥମେ ଗହଣା ଦୋକାନ ଓ ପରେ ଏଟିଏମରେ କଳାକନା ବୁଲେଇବାକୁ ଲୁଟେରାଙ୍କ ଉଦ୍ୟମ । ତେବେ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ହଳଦୀପାଳ ବଜାରରେ ଥିବା ସିଣ୍ଡିକେଟ ବ୍ୟାଙ୍କ ଏଟିଏମ ଲୁଟ ଉଦ୍ୟମ କରି ବିଫଳ ହୋଇଛନ୍ତି ଚୋର । ସୂଚନା ଅନୁସାରେ, ହଳଦୀପାଳ ବଜାରରେ ଥିବା ସଞ୍ଜନା ଗହଣା ଦୋକାନର ଗ୍ରୀଲ କାଟି ଗତକାଲି ବିଳମ୍ବିତ ରାତିରେ ଚୋରମାନେ ସୁନା ଗହଣା ଲୁଟି ନେଇଛନ୍ତି । ଦୋକାନୀଙ୍କ ଅଭିଯୋଗ ମୂଳେ 1କେଜିରୁ ଊର୍ଦ୍ଧ୍ବ ରୂପା ଓ 5ଶହ ଗ୍ରାମ ସୁନା ଲୁଟ ହୋଇଥିବା ଜଣାପଡିଛି ।
ମାତିଛନ୍ତି ଲୁଟେରା: ପ୍ରଥମେ ଗହଣା ଦୋକାନ ପରେ ଏଟିଏମ - SERIES LOOT
ଗୋଟିଏ ରାତିରେ ବାଲେଶ୍ବର ଜିଲ୍ଲାରେ ସିରିଜ ଲୁଟ । ପ୍ରଥମେ ଗହଣା ଦୋକାନ ଓ ପରେ ଏଟିଏମରେ କଳାକନା ବୁଲେଇବାକୁ ଲୁଟେରାଙ୍କ ଉଦ୍ୟମ । କିନ୍ତୁ ବସ୍ତା ଥାନା ହଳଦୀପାଳ ବଜାରରେ ଥିବା ସିଣ୍ଡିକେଟ ବ୍ୟାଙ୍କ ଏଟିଏମ ଲୁଟ ଉଦ୍ୟମ କରି ବିଫଳ ହୋଇଛନ୍ତି ଚୋର।
ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର
ସେହିପରି ଦୋକାନ ପାଖକୁ ଲାଗିଥିବା ଫେଡେରାଲ ବ୍ୟାଙ୍କ ଏଟିଏମ ଲୁଟ ଉଦ୍ୟମ କରି ଚୋରମାନେ ବିଫଳ ହୋଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ବସ୍ତା ପୋଲିସ ପହଞ୍ଚି ଏକ ଗ୍ୟାସ କଟର ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ବାଲେଶ୍ବର ଜିଲ୍ଲାରେ ଲଗାତର ଭାବେ ଗତ କିଛିଦିନ ହେବ ବଢି ଚାଲିଥିବା ଅପରାଧ ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ପୋଲିସ ପ୍ରଶାସନ ରୋକିବାରେ ବିଫଳ ହୋଇଛି ବୋଲି ଚର୍ଚ୍ଚା ହେଉଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ