ବାଲେଶ୍ଵର: ବାଲେଶ୍ଵର ତାମୂଳିଆ ଓଭରବ୍ରିଜର ଶେଷ ପାଖରେ ଏକ ଭୟଙ୍କର ଦୁର୍ଘଟଣା ଘଟିଯାଇଛି । ଯେଉଁଥିରେ ଗୋଟିଏ ଟ୍ରକ, ଗୋଟିଏ କାର ଭାଙ୍ଗି ଯାଇଥିବା ବେଳେ ଏକ ବାଇକ ଜଳିଯାଇଛି । ବାଇକ ଆରୋହି ଓ ପଛରେ ବସିଥିବା ଜଣେ ବ୍ୟକ୍ତି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଘଟଣା ଅନୁସାରେ, କୁରୁଡ଼ା ପଟୁ ଏକ ଡମ୍ପର ଦ୍ରୁତ ଗତିରେ ବାଲେଶ୍ଵର ଆଡକୁ ଯାଉଥିଲା । ଓଭର ବ୍ରିଜ ଉପରକୁ ଉଠିବା ବେଳେ ଡମ୍ପରଟି ଏକ କାରକୁ ଧକ୍କା ଦେଇ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଟ୍ରକ ପଛରେ ବାଇକରେ ଆସୁଥିବା ଦୁଇଜଣ ବ୍ୟକ୍ତି ବାଇକ ସହ ଟ୍ରକ ତଳେ ପଶି ଯାଇଥିଲେ । ସେହିଠାରେ ହିଁ ବାଇକଟି ଜଳି ଯାଇଥିଲା ।