ଓଡିଶା

odisha

ETV Bharat / state

Election Campaign: ପ୍ରାର୍ଥୀଙ୍କ ପାଇଁ ମଇଦାନରେ ଟାଣୁଆ ନେତା - ପ୍ରାର୍ଥୀଙ୍କ ପାଇଁ ମଇଦାନରେ ସାଂସଦ ପ୍ରତାପ

ପ୍ରଥମ ପର୍ଯ୍ୟାୟ ମତଦାନ ପରେ ବାକି ଥିବା ପର୍ଯ୍ୟାୟ ପାଇଁ ବାଲେଶ୍ବରରେ ମୈଦାନକୁ ଓହ୍ଲାଇଛନ୍ତି ବରିଷ୍ଠ ନେତା । ଅଧିକ ପଢନ୍ତୁ

Election Campaign: ପ୍ରାର୍ଥୀଙ୍କ ପାଇଁ ମଇଦାନରେ ଟାଣୁଆ ନେତା
Election Campaign: ପ୍ରାର୍ଥୀଙ୍କ ପାଇଁ ମଇଦାନରେ ଟାଣୁଆ ନେତା

By

Published : Feb 17, 2022, 1:43 PM IST

ବାଲେଶ୍ବର: ରାଜ୍ୟର କିଛି ଜିଲ୍ଲାରେ ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିଟି ପ୍ରାର୍ଥୀ ଜୋରଦାର ପ୍ରଚାର କରୁଛନ୍ତି । ଜିଲ୍ଲା ସୋର 44 ଓ 45 ନଂ ଜୋନରେ ବିଜେପି ଓ କଂଗ୍ରେସର ଟାଣୁଆ ନେତାମାନେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ଦେଖିବାକୁ ମିଳିଛି ।

ପ୍ରାର୍ଥୀଙ୍କ ପାଇଁ ମଇଦାନରେ ଟାଣୁଆ ନେତା

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ପରେ ବାକି ଥିବା ନିର୍ବାଚନ ପାଇଁ ବିଭିନ୍ନ ଦଳର ବରିଷ୍ଠ ନେତାମାନେ ସେମାନଙ୍କ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ଭିକ୍ଷା କରୁଛନ୍ତି। ଜିଲ୍ଲାର ସୋର 44 ଓ 45 ନଂ ଯୋନରେ ବିଜେପି ଓ କଂଗ୍ରେସର ଟାଣୁଆ ନେତାମାନେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।

ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ରୋଡ଼ ସୋ କରିଥିଲେ। ସେହିପରି କଂଗ୍ରେସ ପକ୍ଷରୁ ବହୁ ଟାଣୁଆ ନେତା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ବେଳେ ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକଙ୍କୁ ବିଧାୟକ ପର୍ଶୁରାମ ଧଡା ଦୁର୍ବ୍ୟବହାର ପ୍ରସଙ୍ଗକୁ ଜୋରସୋର ବିରୋଧ କରି ପ୍ରଚାର କରିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details