ଓଡିଶା

odisha

ETV Bharat / state

ସ୍ତ୍ରୀକୁ ପୋଡ଼ି ହତ୍ୟା, ମାଡ଼ ଖାଇଲେ ବାପା ମା' - villager

ସ୍ତ୍ରୀ ଉପରେ କିରୋସିନ ଢାଳି ନିଆଁ ଲଗାଇଲା ସ୍ବାମୀ। ଘଟଣାରେ ସ୍ତ୍ରୀ ମୃତ। ଅଭିଯୁକ୍ତଙ୍କ ମାତା ପିତାଙ୍କୁ ମାଡ ମାରିଲେ ଗ୍ରାମବାସୀ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

By

Published : Feb 15, 2019, 5:03 PM IST

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର
ସମ୍ବଲପୁର: ଭିଏସଏସ କଲୋନୀରେ ଘଟି ଯାଇଛି ଏକ ଲୋମଟାଙ୍କୁରା ଘଟଣା । ସାମାନ୍ୟ କଳହରୁ ସ୍ବାମୀ ସ୍ମୃତିରଞ୍ଜନ ନାୟକ ତାଙ୍କ ସ୍ତ୍ରୀଙ୍କୁ ପୋଡ଼ି ହତ୍ୟା କରିଛନ୍ତି । ଗତ ବୁଧବାର ସ୍ମୃତି ତାଙ୍କ ସ୍ତ୍ରୀ ଜ୍ୟୋତିର୍ମୟୀଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ଫଳରେ ଚିକିତ୍ସାଧିନ ଥିବା ଜ୍ୟୋତିର୍ମୟୀଙ୍କର ଆଜି ଭୋର ସମୟରେ ମୃତ୍ୟୁ ହୋଇଯାଇଛି । ସେପଟେ ଏହି ଘଟଣାରେ ସ୍ମୃତିରଞ୍ଜନ ଫେରାର ହେଇଯାଇଥିବା ସୂଚନା ମିଳିଛି । ତେବେ ସ୍ଥାନୀୟ ବାସିନ୍ଦା ସ୍ମୃତିରଞ୍ଜନଙ୍କର ବାପା ଓ ମା'ଙ୍କୁ ଏହି ଘଟଣାରେ ମାଡ଼ ମାରିଛନ୍ତି ।

ଜ୍ୟୋତିର୍ମୟୀଙ୍କ ପରିବାର ପକ୍ଷରୁ ହୀରାକୁଦ ଥାନାରେ ତାଙ୍କର ସ୍ଵାମୀ ଓ ଶାଶୁ ଶ୍ୱଶୁରଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ସୂଚନାଯୋଗ୍ୟ ଯେ, ସ୍ମୃତି ଗତ ବୁଧବାର ଅପରାହ୍ନରେ ପତ୍ନୀ ଜ୍ୟୋତିର୍ମୟୀ ଶତପଥୀଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇଥିବା ଅଭିଯୋଗ ହୋଇଥିଲା । ଜ୍ୟୋତିର୍ମୟୀଙ୍କୁ ତୁରନ୍ତ ବୁର୍ଲା ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ସୂଚନା ମିଳିଛି । ତାଙ୍କ ଶରୀରର 95 ପ୍ରତିଶତ ପୋଡିଯାଇଛି । ସ୍ମୃତିରଞ୍ଜନ ଏବଂ ଜ୍ୟୋତିର୍ମୟୀ 6 ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ । ଦୁହିଁଙ୍କର 2ଟି କନ୍ୟା ସନ୍ତାନ ଅଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସମନ ରଣା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details